ଜମି ଜମା ବିବାଦ କୁ ନେଇ ଆରଆଇ କୁ ଘେରିଲେ କେଲିକୁଆ ଗ୍ରାମ ବାସି
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ଅଧୀନସ୍ଥ କର୍ଚ୍ଚବାଡି ପଞ୍ଚାୟତ ର କେଲିକୁଆ ଗ୍ରାମ ରେ ରହିଥିବା ସରକାରୀ ଜମି କୁ ପୂର୍ବ ପୁରୁଷ ଅମଳ ରୁ ମାର୍ଥା ଆନ୍ଦ୍ରଫ, ପାଉଲ ମଳିକ, ରମେଶ ମଳିକ, ବ୍ରହ୍ମାସିଂ ପ୍ରଧାନ ଏ ମାନଙ୍କ ପରିବାର ରଖିଥିଲେ I ଉକ୍ତ ଜମି କୁ ବୁଡରିଙ୍ଗି ଗ୍ରାମ ର ପ୍ରମାନାୟକ ଗ୍ରାମକୁ ରାସ୍ତା ନିର୍ମାଣ କରିଦେବା କୁ କହି ଅସିଏହଜାର ଟଙ୍କା ନେବା ସହ ଉକ୍ତ ଜମିକୁ ଦଖଲ କରିରହିବାରୁ ଉକ୍ତ ଗ୍ରାମ ବାସି ତହସିଲଦାର ଙ୍କ ଦୁଆରସ୍ଥ ହୋଇଥିଲେ I ଯାହାକୁ ନେଇ 5ଏକର ଜମି କୁ ମୋହନା ଆରଆଇ ଦୁର୍ଗା ଚରଣ ଶତପଥୀ, ତହସିଲଦାର କଲ୍ୟାଣୀ ସଙ୍ଗମିତ୍ର ଦେବୀ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ରଙ୍ଗ ବାନା ପୁତା ଯାଇଥିଲା ହେଲେ ବର୍ତ୍ତମାନ ଆରାଇ ଦୁର୍ଗାଚରଣ ଶତପଥୀ ପ୍ରମା ନାୟକ ଙ୍କ ଠାରୁ ହାତ ଗୁଞ୍ଜା ନେଇ ପ୍ରମାକୁ ଏକର ଜାଗା ଦେଇଥିବା ରୁ ପ୍ରମା ଉକ୍ତ ଜାଗାରେ ଘର କରିଥିବା ରୁ ଗ୍ରାମ ବାସି ବିରୋଧ କରି ସୋମବାର ଦିନ ଆରାଇ କାର୍ଯ୍ୟଳୟ କୁ ଯାଇ ଆରାଇ ଶତପଥୀ ଙ୍କୁ ଘେରିଥିଲେ I ଘଟଣାସ୍ଥଳରେ ଆରାଇ ଦଉଡ଼ି ଥାନା ର ଆଶାର ନେଇଥିଲେ ଘଟଣାସ୍ଥଳେ ଅତିରିକ୍ତ ତସିଲଦାର ହିମାଂଶୁ ପଲେଇ ପହଞ୍ଚି ବୁଝା ସୁଝା କରିଛନ୍ତି I ଅନ୍ୟ ପେଟ ଉକ୍ତ ଗ୍ରାମ ର ଲୋକେ ଲଗାଇଥିବା କାଜୁ ଗଛ ରୁ କାଜୁ ଚୁରି କରି ନେଉଥିବା ନେଇ ଗତ 19ତାରିଖରେ ମୋହନା ଥାନା ଏକ ଲିଖିତ ଅଭିଯୋଗ ଦେଇଥିଲେ I ରମେଶ ମଳିକ ଯାକୁ ନେଇ ଥାନାରେ ଉଭୟ ଙ୍କୁ ଡକାଇ ସମାଧାନ ପାଇଁ ବୁଝାସୁଝା ହୋଇଥିଲା ଅନ୍ୟପଟେ ଉକ୍ତ ଜାଗାକୁ ରଙ୍ଗ ବାନା ପୂତି 144ଧାରା ଲାଗୁ ହୋଇଥିବା ସତେ କିଭଳି ଆରାଇ ଦୁର୍ଗାଚରଣ ଏଭଳି ପଦେକ୍ଷପ ନେଇଛନ୍ତି I ତେଣୁ ଉକ୍ତ ଘଟଣାର ତଦନ୍ତ କରି ଆରାଇ ଙ୍କ ବିରୋଧରେ ଦୃଢ କାର୍ଯ୍ୟା ନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଗ୍ରାମ ବାସି ପ୍ରକାଶ ଥାଉକି ମୋହନା ଆରାଇ ଦୁର୍ଗା ଚରଣ ଶତପଥୀ ଲୋକ ଙ୍କୁ ବହୁତ୍ ହଇରାଣ କରୁଛନ୍ତି I କେହି ଜମି ମାପିବା ପାଇଁ ଆବେଦନ କରିଥିଲି ତାଙ୍କୁ ବହୁ ସଫର୍ କରୁଛନ୍ତି ଏବଂ ଜାଗା ର ମେପ କିମ୍ବା କୋଣଶି ଆବଶ୍ୟକ କାଗଜପତ୍ର ପାଇଁ ମୋଟା ଅଙ୍କର ହାତ ଗୁଂଜା ମାଗୁଛନ୍ତି ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଜମି ଚିହ୍ନଟ ଓ ମେପ୍ ଦବା ପାଇଁ ଗୋଟିଏ ଜମି ପିଛା 6ହଜାର ଟଙ୍କା ମାଗିଥିବା ମଧ୍ୟ ଚର୍ଚ୍ଚା ହେଉଛି ଚା ଖଟିରେ ଏହାର ତଦନ୍ତ କରିବା ସହ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସି I


