ଜମି ବ୍ୟବସାୟୀ ହତ୍ୟାକାଣ୍ଡକୁ ନେଇ ପୁଲିସର ତନାଘନା

.୩ ଜଣଙ୍କୁ ଥାନାରେ ଅଟକ ସହ ପଚରାଉଚୁରା ଜାରି
.ହତ୍ୟାକାରୀଙ୍କୁ ଖୁବଶୀଘ୍ର ଧରିବା ନେଇ ପୁଲିସର ଅଶ୍ୱାସନା

ବାଲେଶ୍ୱର, (ସରୋଜ ପଣ୍ଡା): ରେମୁଣା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରେ ଗତକାଲି ରାତିରେ ହୋଇଥିବା ଜମି ବ୍ୟବସାୟୀ ରାମେଶ ବେହେରା ହତ୍ୟାକାଣ୍ଡକୁ ନେଇ ପୁଲିସ ପକ୍ଷରୁ ଚାଲିଛି ତନାଘନା । ଶିଳ୍ପାଞ୍ଚଳ ଥାନା ଅଧୀନ ଅଞ୍ଚଳରେ ହୋଇଥିବା ଏହି ହତ୍ୟାମାମଲାରେ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଆଖପାଖ ୪ ଗୋଟି ଥାନାର ପୁଲିସ ଟିମ କାର୍ଯ୍ୟ ଆରମ୍ଭ କରିଛି । ସ୍ଥାନୀୟ ମନ୍ଦାରପୁର ଗ୍ରାମରେ ଚଢ଼ଉ କରି ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଲାଇଥିବା ଜଣାଯାଇଛି । ରବିବାର ସକାଳେ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧଧାନ କରିଥିଲା । ଘଟଣାସ୍ଥଳରୁ ମୃତକ ରମେଶଙ୍କ ସ୍କୁଟି, ଜୋତା, ପର୍ସ ସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ପୁଲିସ ଜବତ କରିଛି । ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥି ସହିତ ପୁଲିସ ରମେଶଙ୍କ ଗେଣଶ୍ୱରପୁରସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ଫୋନ ରେକର୍ଡ଼ରୁ ହତ୍ୟାକରୀ ସମ୍ପର୍କରେ ସୂଚନା ମିଳିବ ବୋଲି ଅନୁମାନ କରାଯାଇଛି । ଜଣେ ଜଣାଶୁଣା ଜମି ବ୍ୟବସାୟ ଭାବେ ରମେଶ ବେହେରା ଓରଫ ନୁନୁ (୩୪)ଙ୍କର ସତ୍ୟମ ଡେଭେଲୋପର୍ସ ନାମରେ ଗଣେଶ୍ୱରପୁରରେ ରହିଛି ଏକ ରିଏଲ ଇଷ୍ଟେଟ ସଂସ୍ଥା । ଅଚ୍ୟୁତପୁର ଅଞ୍ଚଳର ସତ୍ୟନଗର ଗ୍ରାମକୁ ଲାଗି ରେମୁଣା ବାଇପାସ ରାସ୍ତାର ୧୦୦ମିଟର ଦୂରରେ ଥିବା ଜମିରେ ପ୍ଲଟିଂ କରି ଲୋକଙ୍କୁ ବାସପୋଯୋଗୀ ଜାଗା ରମେଶ ଯୋଗାଉଥିଲେ । ଶନିବାର ସଂଧ୍ୟାରେ କେହିହ ଜଣେ ବ୍ୟକ୍ତିଙ୍କ ଫୋନ କଲ ପାଇ ସେ ସମ୍ପୃକ୍ତ ଜମି ପାଖକୁ ଯାଇଥିଲେ । ସେହିଠାରେ ତାଙ୍କୁ ଏକାଧିକ ବ୍ୟକ୍ତି ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ସନ୍ଦେହ କରାଯାଇଛି । ଅନ୍ଧାରରେ ପଡିଥିବା ମୃତଦେହ ସୋସିଆଲ ମେଡିଆରେ ପ୍ରଚାର ହେବା ପରେ ଘଟଣା ସମ୍ପର୍କରେ ଜଣା ପଡିଥିଲା । ଖବର ପାଇ ଶିଳ୍ପାଞ୍ଚଳ ଥାନା ପୋଲିସ ଗଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ