ଜମି ହଡପ ସମ୍ପର୍କରେ ପଚାରିବାରୁ ଜୀବନରେ ମାରିଦେବାକୁ ଧମକ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପୈତୃକ ଜମିକୁ ହଡପ କରିନେବାକୁ ମସୁଧା କରୁଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ସେହି ଅଭିଯୋଗ ଅନୁଯାୟୀ ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ଗ୍ରାମର ସ୍ୱର୍ଗତ ସେକ ଅନିସୁଦ୍ଦିନଙ୍କ ପୁଅ ସେକ ମଝର ହୋସେନ ଅଭିଯୋଗ କରିଛନ୍ତି ଯେ ତାଙ୍କର ପିତାଙ୍କର ପୂର୍ବରୁ ବିୟୋଗ ହୋଇଯାଇଥିବା ବେଳେ ତାଙ୍କ ୮୧ବର୍ଷ ବୟସର ମା’ ସାକେବୁନ ନିଶା ବିବିଙ୍କ ବୟସାଧିକ କାରଣରୁ କାନକୁ ଶୁଭୁ ନଥିବା ବେଳେ ଆଖିକୁ ଭଲ ଭାବରେ ଦିଶୁ ନାହିଁ । ଏହାର ସୁଯୋଗ ନେଇ ମଝର ହୋସେନଙ୍କ କେତେକ ଭାଇ ଓ ଭଉଣୀମାନେ ମିଶି ମଝରଙ୍କ ଅନୁପସ୍ଥିତିରେ ମା’ଙ୍କ ନାମରେ ଥିବା ଜମିକୁ ହଡପ କରିନେଇ ବିକିଦେବାକୁ ମସୁଧା କରୁଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଜାଣିବା ପରେ ମଝର ତାଙ୍କ ଭାଇ ଓ ଭଉଣୀମାନଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ସେମାନେ ରାଗିଯାୟୀ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଝର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କର ବୃଦ୍ଧା ମା’ଙ୍କୁ ଭୁଲାଇ ଜମି ବିକ୍ରୀ କରି ଅର୍ଥ ଆତ୍ମସାତ କରିବାକୁ ଏକ ଷଡଯନ୍ତ୍ର କରୁଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଝର ନିବେଦନ କରିଛନ୍ତି । ଏଥିସହିତ କେନ୍ଦ୍ରାପଡା ଜିଲ୍ଲା ସବରେଜିଷ୍ଟରଙ୍କ ନିକଟରେ ମଧ୍ୟ ଏସମ୍ପର୍କରେ ମଝର ଏକ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ