ଜମି ହୁଡ଼ା ବିବାଦରେ ମରଣାନ୍ତକ ଆକ୍ରମଣ ରେ ବାପା ପୁଅ କୋର୍ଟ ଚାଲାଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ରେ ଜମି ହୁଡ଼ା କୁ ନେଇ ମରଣାନ୍ତକ ଆକ୍ରମଣ କରି ସୁରେନ୍ଦ୍ର ରାଉତ(୬୮) ଅନିଲ ରାଉତ(୩୪) ବାପା ପୁଅ ଙ୍କୁ ପାଟପୁର ପୋଲିସ ଗିରଫ କରି କେସ ନଂ୪୮୨/୨୩ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ସୂଚନା ପ୍ରକାରେ ଖଲିଙ୍ଗି ଗ୍ରାମ ର ଧୋବା ନାହାକ(୫୧) ନିଜ ଜମିରେ ହୁଡ଼ା କତି ମାରୁଥିବା ବେଳେ ପୋଡଶୀ ଜମି ମାଲିକ ସୁରେନ୍ଦ୍ର ରାଉତ ପୁଅ ଅନିଲ ରାଉତ ପହଞ୍ଚି ହୁଡ଼ା କୁ ନେଇ ଯୁକ୍ତିତର୍କ ହୋଇଥିଲା ଏଥିରେ ଉତକ୍ଷୀପ୍ତ ହୋଇ ଠିଆ କୋଡି ରେ ଆକ୍ରମଣ କରିଥିଲେ। ଧୋବା ନାହାକ ଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଡପଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ପାଟପୁର ଥାନାରେ ଧୋବା ନାହାକ ଙ୍କ ସ୍ତ୍ରୀ ରେଣୁ ନାହାକ ଏତଲା ଦେଇଛନ୍ତି।ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଗ୍ରାମର ସୁରେନ୍ଦ୍ର ରାଉତ ପୁଅ ଅନିଲ ରାଉତ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।