ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ସମ୍ପର୍କିତ ଆଲୋଚନା ସକାଶେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଯେପରି ସଠିକ୍ ହେବ ସେଥି ସକାଶେ ସଂପୃକ୍ତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଗୁରୁତ୍ବ ଦେବାକୁ କହିଛନ୍ତି । ଏ ସମ୍ପର୍କରେ ଅବଗତ କରାଇ ଜଣାଇଥିଲେଯେ, ଭୋଟର ତାଲିକା କିଭଳି ସଂଶୋଧନ କରିବେ ଏବଂ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକର ସ୍ଥିତି କିଭଳି ଅନୁଧ୍ଯାନ କରି ପୂର୍ବ ପ୍ରସ୍ତୁତି କରିବେ ସେଥିନେଇ ଭୋଟର ତାଲିକା ପଞ୍ଜିକରଣ ଅଧିକାରୀ (ଇ.ଆର୍.ଓ) , ଭୋଟର ତାଲିକା ପଞ୍ଜିକରଣ ସହକାରୀ ଅଧିକାରୀ (ଏ.ଇ.ଆର୍.ଓ) ଏବଂ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ଗତ ଜୁନ୍ ପହିଲାରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ପ୍ରଶିକ୍ଷଣ କାର୍ଯ୍ୟ ଜୁଲାଇ ୨୦ ତାରିଖ ଦିନ ଶେଷ ହୋଇଥିବା ପ୍ରକାଶ କରିଥିଲେ । ଜୁଲାଇ ୨୧ ତାରିଖ ଠାରୁ ସେମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅଗଷ୍ଟ ମାସ ୨୧ ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀଗଣ ଘରକୁ ଘର ବୁଲି ଗୃହର ମୁଖିଆଙ୍କ ଠାରୁ ସେମାନଙ୍କ ପରିବାର ବର୍ଗଙ୍କ ତଥ୍ଯ ସଂଗ୍ରହ କରୁଛନ୍ତି । ଏହା ବ୍ଯତୀତ ଆସନ୍ତା ୦୧.୧୦.୨୦୨୩ ସୁଦ୍ଧା ଯେଉଁ ନାଗରିକ ମାନଙ୍କର ବୟସ ୧୮-୧୯ ବର୍ଷ ହେବ ସେମାନଙ୍କ ନାମ ପଞ୍ଜିକରଣ କରାଇବା ସକାଶେ ତଥ୍ୟ ସଂଗ୍ରହ କରୁଛନ୍ତି । ଭୋଟର ତାଲିକାରୁ ମୃତ ବ୍ୟକ୍ତିଙ୍କ ନାମ ବାଦ କରାଯାଇଛି । ସ୍ଥାନାନ୍ତର ହୋଇଥିବା ଭୋଟ ଦାତାଙ୍କ ନାମ ମଧ୍ଯ ଉକ୍ତ ଭୋଟର ତାଲିକାରୁ ବାଦ କରାଯାଉଛି । ଭୋଟର ତାଲିକାରେ ଲିପିବଦ୍ଧ ହୋଇଥିବା ଭୂଲ ତଥ୍ଯ ଗୁଡିକ ସଂଶୋଧନ କରିବାକୁ କୁହାଯାଇଛି । କୌଣସି ଭୋଟର ଦାତାଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବ ନାହିଁ ସେ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ସମ୍ପୂର୍ଣ୍ଣ ଶତ ପ୍ରତିଶତ ଭୋଟର ତାଲିକା ଯେଭଳି ସଂଶୋଧନ ହେବ ସେହି ଦିଗରେ ସତର୍କ ଦୃଷ୍ଟି ଦେଇ ସଚେତନ କାର୍ଯ୍ୟକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ବ ଆରୋପ କରିଥିଲେ । ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା ନିମନ୍ତେ ଫର୍ମ ନଂ-୬ , ନାମ ବାଦ କରିବା ନିମନ୍ତେ ଫର୍ମ ନଂ- ୭, ନାମ ସଂଶୋଧନ କରିବା ନିମନ୍ତେ ଫର୍ମ ନଂ-୮, ଆଧାର ସହିତ ଭୋଟ ପରିଚୟ ପତ୍ର ସଂଯୋଗ କରିବା ନିମନ୍ତେ ଫର୍ମ ନଂ- ୬ (ଖ) ବ୍ଯବହାର କରିବା ପାଇଁ ଜନ ସାଧାରଣଙ୍କୁ ଜଣାଇ ଦିଆଯାଇଥିବା କହିଥିଲେ । ଆସନ୍ତା ତା.୧୭.୧୦୨୦୨୩ ରିଖରେ ଭୋଟର ଚିଠା ତାଲିକା ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ ହେବ । ପ୍ରକାଶନ ହେବା ଦିନ ଠାରୁ ତା.୩୦.୧୧.୨୦୨୩ ରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଗୁଡିକ ଶୁଣାଣୀ ହେବ । ଅଭିଯୋଗ ଶୁଣାଣୀ ଗୁଡିକ ତା.୨୬.୧୨.୨୦୨୩ ରିଖ ସୁଦ୍ଧା ଫୈସଲା କାର୍ଯ୍ୟ ଶେଷ ହୋଇ ଜାନୁୟାରୀ ୫, ୨୦୨୪ ରିଖ ଦିନ ସମ୍ପୂର୍ଣ୍ଣ ସଂଶୋଧନ ଭୋଟର ତାଲିକା ପ୍ରକାଶନ ହେବ ।ଭୋଟର ତାଲିକା ଯଦି ଶତପ୍ରତିଶତ ନିର୍ଭୁଲ ରହିବତେବେ ନିର୍ବାଚନ ସମୟରେ କୌଣସି ଅସୁବିଧା ହେବ ନାହିଁ । ନିର୍ବାଚନ କାର୍ଯ୍ୟ ବିନା ବାଧାରେ ସୂଚାରୁରୂପେ ସମ୍ପାଦିତ ହୋଇ ପାରିବ । ରାଜନୈତିକ ଦଳଗଣ ପ୍ରତି ବିଏଲଓ ଙ୍କ ଠାରେ ନିଜ ନିଜର ପ୍ରତିନିଧି ମୁତଯନ କରିଲେ ସଂଶୋଧନ କାର୍ଯ୍ୟ ସଠିକ୍ ରହିବ । ଏଣୁ ପ୍ରତିନିଧି ମୁତୟନ କରିବାକୁ ଅନୁରୋଧ କରିଥିଲେ ।
ଯେଉଁ ବୁଥ୍ ରେ ୧୫୦୦ ରୁ ଉର୍ଦ୍ଧ୍ବ ଭୋଟର ରହିଛନ୍ତି ସେଥି ନିମନ୍ତେ ଅଲଗା ବୁଥ୍ ରେ ଅତ୍ୟଧିକ ଭୋଟରଙ୍କ ସକାଶେ କରାଯିବ । ଗୋଟିଏ ଭୋଟ୍ କେନ୍ଦ୍ରରେ ମାତ୍ର ୧୫୦୦ ଭୋଟର ମତଦାନ ସାବ୍ୟସ୍ତ କରିବାର ସୁବିଧା କରାଯିବ ।ଏହି ସମସ୍ତ ଆନସଙ୍ଗୀକ ବ୍ୟବସ୍ଥା ଦିଗରେ ରାଜନୈତିକ ଦଳଙ୍କ ସହଯୋଗ କାମନା କରିଥିଲେ ।ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଗଣ, ଛତ୍ରପୁର ଜିଲ୍ଲା ସ୍ତରୀୟ ସାମ୍ବାଦିକଗଣ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ସିଟିଓ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ