ଜମ୍ମୁ-କଶ୍ମୀରର ପୁନର୍ଗଠନ ପରେ ଜାରି ହେଲା ଭାରତର ନୂଆ ମାନଚିତ୍ର

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଜିତେନ୍ଦ୍ର ସିଂହ ଟୁଇଟ କରି ଭାରତର ନୂତନ ମାନଚିତ୍ର ଜାରି କରିଛନ୍ତି । ଏହି ମାନଚିତ୍ରରେ ଜମ୍ମୁ-କଶ୍ମୀର ରାଜ୍ୟକୁ ପୁର୍ନଗଠିତ କରାଯାଇ ସୃଷ୍ଟି ହୋଇଥିବା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ସ୍ଥାନିତ କରାଯାଇଛି । ଉଲ୍ଲେଖଯୋଗ୍ୟ କି ଗତ ୩୧ ଅକ୍ଟୋବର ୨୦୧୯ ପରେ ଏହା ହେଉଛି ଭାରତର ପ୍ରଥମ ଆଧିକାରିକ ମାନଚିତ୍ର । ଏ ନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶପାଇଛି କି, କେନ୍ଦ୍ରଶାସିତ ଜମ୍ମୁ-କଶ୍ମୀରରେ କାରଗିଲ ଓ ଲେହ ଜିଲ୍ଲାକୁ ଛାଡ଼ି ଅବିଭାଜିତ ଜମ୍ମୁ କଶ୍ମୀର ରାଜ୍ୟରେ ଥିବା ସମସ୍ତ ଜିଲ୍କାକୁ ରଖାଯାଇଛି । କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ କେବଳ କାରଗିଲ ଓ ଲେହ ଜିଲ୍ଲା ସ୍ଥାନ ପାଇଛି । ଅଗଷ୍ଟ ୫ ତାରିଖରେ ପାର୍ଲାମେଣ୍ଟ୍ ଦ୍ୱାରା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଯାଇ ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନିଆଯିବାର ୮୬ ଦିନ ପରେ ଗୃହ ମନ୍ତ୍ରାଳୟ ଶନିବାର ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ରଶାସିତ ରାଜ୍ୟ ସହିତ ଭାରତର ଏକ ନୂଆ ମାନଚିତ୍ର ଜାରି କରିଛନ୍ତି । ଏହି ମାନଚିତ୍ରରେ ୯ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି, ସେଗୁଡ଼ିକ ହେଲା ଅଣ୍ଡାମାନ ନିକୋବର, ଚଣ୍ଡିଗଡ଼, ଦାମନ୍ ଓ ଡିଉ, ଦାଦର ଓ ନଗର ହାଭେଲୀ, ଦିଲ୍ଲୀ, ଜମ୍ମୁ-କଶ୍ମୀର, ଲଦାଖ, ଲକ୍ଷାଦ୍ୱୀପ ଓ ପୁଡୁଚେରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ