ଜରାଜୀର୍ଣ୍ଣ ଅବସ୍ଥାରେ ଚକ୍ରଧରପୁର ଆୟୁର୍ବେଦିକ୍ ଚିକିତ୍ସାଳୟ

ଘଟଗାଁ-ଜରାଜୀର୍ଣ୍ଣ ଅବସ୍ଥାରେ ଚାଲିଛି ଚକ୍ରଧରପୁର ଗାଁରେ ଥିବା ସରକାରୀ ଆୟୁର୍ବେଦିକ୍ ଚିକିତ୍ସାଳୟ । ଆସିଷ୍ଟାଣ୍ଡ ଚଲାଉଛନ୍ତି ଡାକ୍ତରଖାନା । ପୂର୍ବରୁ ଏଠାରେ ଡାକ୍ତର ଥିବା ସମୟରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏଠାକୁ ଚିକିତ୍ସିତ ହେବାକୁ ଦୂରଦୂରାନ୍ତରୁ ଛୁଟି ଆସୁଥିଲେ । କିନ୍ତୁ ବର୍ତମାନ ଏହି ସରକାରୀ ଚିକିତ୍ସାଳୟରେ ଡାକ୍ତର ନଥିବାରୁ ଆଖପାଖର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବା ସହ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି । ସୂଚନାଅନୁସାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଚକ୍ରଧରପୁର ଗାଁରେ ଅବସ୍ଥିତ ସରକାରୀ ଆୟୁର୍ବେଦିକ୍ ଡାକ୍ତରଖାନାରେ ବିଗତ ୧୨ ବର୍ଷ ହେବ ଡାକ୍ତର ନାହାନ୍ତି । ଆସିଷ୍ଟାଣ୍ଡ ଚଲାଉଛନ୍ତି ଡାକ୍ତରଖାନା । ଏହି ସରକାରୀ ଆୟୁର୍ବେଦିକ୍ ଚିକିତ୍ସାଳୟଟି ୧୯୮୩ ମସିହାରେ ଶୁଭାରମ୍ଭ ହୋଇଥିଲା । ୧୯୮୩ ମସହିହା ଠାରୁ ୨୦୦୮ ମସିହା ପର୍ଯ୍ୟନ୍ତ ଡାକ୍ତର ଥିଲେ ଏବଂ ଡାକ୍ତରଖାନା ଠିକ୍ଠାକ୍ ଚାଲିଥିଲା । କିନ୍ତୁ ଉକ୍ତ ଡାକ୍ତର ଜଣଙ୍କ ଅନ୍ୟତ୍ର ସ୍ଥାନାନ୍ତ ହେଇଯିବା ପରେ । ୨୦୦୮ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଡାକ୍ତରଖାନାର ପରିବେଶ ଭୁତ କୋଠିରେ ପରିଣୟ ହୋଇଗଲାଣି । ଡାକ୍ତର ଥିବା ସମୟରେ ହଜାର ହଜାର ଲୋକ ପ୍ରତ୍ୟେକ ଆସନ୍ତି ଏବଂ ଚିକିତ୍ସିତ ହେଇକି ଯାଆନ୍ତି ବୋଲି ସ୍ଥାନିୟ ଲୋକେ ପ୍ରକାଶ କରିଛନ୍ତି । କିନ୍ତୁ ବର୍ତମାନ ଡାକ୍ତର ନଥିବାରୁ ଏହି ଡାକ୍ତରଖାନାର ଅବସ୍ଥା ଧିରେ ଧିରେ ଅଚଳାବସ୍ଥାକୁ ଗତ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ