ତେମଳାରେ ଆମ ତହସିଲ ଆମ ଗାଁରେ
ହାଟଡ଼ିହି, : ହାଟଡିହି ବ୍ଲକ ତେମଳା ଗ୍ରାମରେ ଆମ ତହସିଲ ଆମ ଗାଁରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଣା ରାଜସ୍ୱ ନିରୀକ୍ଷକ ପୁରୁଷୋତ୍ତମ କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଟଡିହିର ଅତିରିକ୍ତ ତହସିଲଦାର ରଶ୍ମରଞ୍ଜନ ଦାଶ ଅଧ୍ୟକ୍ଷତା କରିଥିଲେ । ଏଥିରେ ୫ଟି ଅଭିଯୋଗ, ତିନୋଟି ଘରଢ଼ିହ ଆବେଦନ, ୨୧ଟି ବିନାନୁମତି କେସର ଫଇସଲା କରାଯାଇ ୪୨ଶହ ଟଙ୍କା ଆଦାୟ କରାଯାଇଥିଲା । ଏଥିରେ ଉପ ରାଜସ୍ୱ ନିରୀକ୍ଷକ ସଞ୍ଜୟ କୁମାର ପେରେଇ, ଶୁଭ୍ରାନନ୍ଦ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମଣା ସରପଞ୍ଚ ପତିତ ପାବନ ନନ୍ଦ, ଚନ୍ଦ୍ର ଶେଖର ଜେନା, ଅଧିକାରୀ ବେହେରା, ପାଣ୍ଡୁ ଜେନା, ରବିନ୍ଦ୍ର ବାରିକ, ରମାକାନ୍ତ ଜେନା, ବୁଦ୍ଧଦେବ ମୁଣ୍ଡା, ପାଣ୍ଡୁ ଦାସ, ସୋମବାରୀ ମୁଣ୍ଡାଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦେଇଥିଲେ ।


