ଜରିମାନା ଦେଇ ବି ଦଣ୍ଡରୁ ବଞ୍ଚିପାରିବେନି ଟିକସ ଚୋର

ମୁମ୍ବାଇ, (ଏଜେନ୍ସି): ସରକାର କିଛି ଶ୍ରେଣୀର ଟିକସ ଚୋରଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ପୁରୁଣା ଆଇନ୍ରେ ପରିବର୍ତ୍ତନ କରିଛନ୍ତି । ଏଥିରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପରେ କଠୋରତା ବୃଦ୍ଧି କରାଯିବ । ଏହି ଆଇନ୍ରେ ବିଦେଶରେ କଳାଧନ ଜମାକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହି ଶ୍ରେଣୀରେ ଟିକସଦାତାଙ୍କ ପାଇଁ କମ୍ପାଉଣ୍ଡିଙ୍ଗ ଅର୍ଥାତ୍ ବହୁଳ ଜରିମାନା ଦେଇ ଦଣ୍ଡରୁ ରକ୍ଷା ପାଇବାର ସୁବିଧା ଉଚ୍ଛେଦ କରାଯାଇଛି । କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ଼ (ସିବିଡ଼ିଟି) କମ୍ପାଉଣ୍ଡିଙ୍ଗ ଅଫ୍ ଅଫିସେସ୍ ଡାଇରେକ୍ଟ ଟିକସ ଲଜ୍ରେ ୩୦ରୁ ଊଦ୍ଧ୍ୱର୍ ପୃଷ୍ଠା ବିଶିଷ୍ଟର ସଂଶୋଧିତ ଦିଶାନିର୍ଦ୍ଦେଶ ଜାରି କରାଯାଇଛି । ଏହି ସଂଶୋଧିତ ଦିଶାନିର୍ଦ୍ଦେଶ ଏବେ ଡିସେମ୍ବର ୨୦୧୪ରେ ଜାରି ଦିଶାନିର୍ଦ୍ଦେଶର ସ୍ଥାନ ନେଇସାରିଛି । ପ୍ରକାଶ ଯେ ସିବିଡ଼ିଟି ପକ୍ଷରୁ ପ୍ରଥମ ଦିଶାନିର୍ଦ୍ଦେଶରେ ଅଘୋଷିତ ବିଦେଶୀ ଆକାଉଣ୍ଟ ଓ ବିଦେଶୀ ସମ୍ପତ୍ତି ସହିତ ସମ୍ବନ୍ଧିତ ଅପରାଧ ଉପରେ ଅଧିକ ଜରିମାନା ଭରିବା ପରେ ଦଣ୍ଡରୁ ରକ୍ଷା ପାଇବା ପାଇଁ ଅନୁମତି ଦିଆଯାଇଥିଲା । ବିନା ସର୍ତ୍ତରେ ଟିକସଦାତା ଯାଞ୍ଚରେ ସହଯୋଗ କରିବେ ଓ ଟିକସ ପରିଶୋଧ କରିବେ । ଏହାପରେ ୨୦୧୫ର କଳାଧନ ବିରୋଧୀ ଆଇନ୍ର ଆଗତ କରାଗଲା, ଯେଉଁଥିରେ ଏଥିପାଇଁ ଅନୁମତି ମିଳିଥିଲା । ଏହି ଆଇନ୍ରେ ସିମିତ ଅବସର ଦିଆଯାଇଥିଲା, ଯାହା ଅଧିନରେ ୩୦% ଶୁଳ୍କ ଓ ଅଧିକ ଜରିମାନା ଦେଇ ଦଣ୍ଡରୁ ରକ୍ଷା ମିଳୁଥିଲା । ହେଲେ ସଂଶୋଧିତ ଦିଶାନିର୍ଦ୍ଦେଶରେ ସାମାନ୍ୟ ଅଧିକ କଠୋରତା ଅବଲମ୍ବନ କରାଯାଇଥିଲା । ଏଥିରେ କଳାଧନ ବିରୋଧି ଆଇନ୍ ଅଧିନରେ ସାମିଲ ଅପରାଧ ଏବଂ ଅଘୋଷିତ ବିଦେଶୀ ଆକାଉଣ୍ଟ ଏବଂ ସମ୍ପତ୍ତିଗୁଡ଼ିକ ସହିତ ସମ୍ବନ୍ଧିତ ଅପରାଧ, ଉଭୟ ମାମଲାରେ କମ୍ପାଉଣ୍ଡିଂ (ଜରିମାନା ଦେଇ ଦଣ୍ଡରୁ ରକ୍ଷା ପାଇବା ପାଇଁ)ର ଅନୁମତି ଦିଆଯାଇନଥିଲା । ସେହିପରି ଯଦି ପ୍ରମାଣ ହୋଇଯାଏ ଯେ କୌଣସି ଟିକସ ଦାତା ଅନ୍ୟ ଦ୍ୱାରା ଟିକସ ଚୋରି କରାଇଛନ୍ତି ତେବେ ତାଙ୍କୁ ମଧ୍ୟ କମ୍ପାଉଣ୍ଡିଂର ଅନୁମତି ମିଳିବନି । ଏହି ନିୟମ ସେହି ଟିକସଦାତାଙ୍କ ଉପରେ ମଧ୍ୟ ଲାଗୁ ହେବ, ଯେଉଁମାନେ କ୍ରୟ ବିକ୍ରୟର ମିଛ ଚିଠା ପ୍ରସ୍ତୁତ କରିଥିବେ, କିମ୍ବା ହୋଟେଲ୍ ଆଦିରେ ରହିବାର ନକଲି ବିଲ୍ ବନାଇଥିବେ । ବେନାମୀ ନେଣଦେଣ ବିରୋଧି ଆଇନ୍ ଅଧିନରେ ସାମିଲ ଅପରାଧରେ ମଧ୍ୟ ଜରିମାନା ଦେଇ ଦଣ୍ଡରୁ ରକ୍ଷା ପାଇବାର ଅନୁମତି ମିଳିବନି । ଏପ୍ରିଲ୍ ଠାରୁ ନଭେମ୍ବର ୨୦୧୭ ମଧ୍ୟରେ ସହସ୍ରାଧିକ ମାମଲାରେ ଜରିମାନା ନେଇ ଟିକସ ଚୋରଙ୍କୁ ଦଣ୍ଡରୁ ମୁକ୍ତ କରାଯାଇଥିଲା । ଏବେ ସଂଶୋଧିତ ଦିଶାନିର୍ଦ୍ଦେଶ ଆସିବା ଦ୍ୱାରା ଆସନ୍ତା କିଛି ମାସ ମଧ୍ୟରେ ଅଭିଯୋଜନ ମାମଲାରେ ବହୁଳ ଭାବେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ସଂଶୋଧିତ ଦିଶାନିର୍ଦ୍ଦେଶରେ ସିବିଡ଼ିଟିର ରିପୋର୍ଟ ଆଧାରରେ ଯଦି ଅର୍ଥ ମନ୍ତ୍ରୀଙ୍କୁ ଉଚିତ୍ ଲାବେ ତେବେ ସେ କମ୍ପାଉଣ୍ଡିଂ କଟକଣାରେ ଆଶ୍ୱସ୍ତି ଦେବା ଭଳି ନିୟମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ