ଜରିମାନା ଭରିଲେ ରୋମାନିଆର ପ୍ରଧାନମନ୍ତ୍ରୀ

ବୁକାରେଷ୍ଟ: ନିର୍ଦ୍ଦିଷ୍ଟ ଔଷଧ ଓ ପ୍ରତିଷେଧକ ଟିକା ଅଭାବରେ ମହାମାରୀ କୋରୋନା ସାରା ବିଶ୍ବରେ ଦାଉ ସାଥୁଥିବା ବେଳେ ସାମାଜିକ ଦୂରତା ଦୂରାରୋଗ୍ୟର ଶ୍‌ଙ୍ଖଳ ଭାଙ୍ଗିବା ପାଇଁ ପ୍ରମୁଖ ବିକଳ୍ପ ହୋଇଛି। ଏହାକୁ ବିଶ୍ବର ବିଭିନ୍ନ ଦେଶରେ ପ୍ରୟୋଗ କରାଯାଉଛି। ଏପରିସ୍ଥଳେ ରୋମାନିଆର ପ୍ରଧାନମନ୍ତ୍ରୀ ଲୁଡୋଭିକ ଓର୍ବାନଙ୍କୁ ସାମାଜିକ ଦୂରତା ଜନିତ ନିୟମ ଉଲ୍ଲଂଘନ କରିଥିବାରୁ ଜରିମାନା ଭରିବାକୁ ପଡ଼ିଛି। ଏ ବାବଦରେ ତାଙ୍କୁ ୬୦୦ ଡଲାର ଦେବାକୁ ପଡ଼ିଛି। ଘଟଣାରୁ ପ୍ରକାଶ ଯେ ମେ ୨୫ରେ ପ୍ରଧାନମନ୍ତ୍ରୀଙ୍କ ୫୭ତମ ଜନ୍ମ ଦିନରେ ତାଙ୍କ ସହିତ ଦେଶର ବୈଦେଶିକ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଏକାଠି ବସିଥିବାର ଏକ ଫଟୋ ଦେଶର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ ଟେବୁଲରେ ମଦ ବୋତଲ ଏବଂ ଖାଦ୍ୟ ସାମଗ୍ରୀ ରହିଥିବା ଏବଂ ପ୍ରଧାନମନ୍ତ୍ରୀ ଧୂମପାନ କରୁଥିବା ନଜର ଆସିଥିଲା। ଏଥିସହ ସେମାନଙ୍କ ମଧ୍ୟରୁ କେହି ସାମାଜିକ ଦୂରତା ନିୟମକୁ ପାଳନ କରୁ ନ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏଥିପାଇଁ ଦେଶର ଆଇନ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା ଭରିବାକୁ ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ