ଜରୁରୀ ଆବଶ୍ୟକତା ନେଇ ମିଛ ନ କହିବାକୁ ଅନୁରୋଧ କଲେ ଟ୍ବିଟ୍‌ ସିଟି ସିପି

ଭୁବନେଶ୍ବର : ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଥିବାବେଳେ ଟ୍ବିନ୍ ସିଟି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ କେତେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କରୋନା ଯୁଦ୍ଧରେ ସମସ୍ତେ ଜଣେ ଜଣେ ଯୋଦ୍ଧା । ଯୁଦ୍ଧ ଜିତିବା ପାଇଁ ସମସ୍ତଙ୍କର ସହଯୋଗ ନିହାତି ଜରୁରୀ । ପୁଲିସକୁ ସମସ୍ତେ ସହଯୋଗ କରନ୍ତୁ । ଲୋକେ ସଚେତନ ହେଲେ ସବୁ ଠିକ୍ ହେବ ଏବଂ ଆମେ କରୋନା ମୁକାବିଲା କରିପାରିବା। ଆଜି ଯେଭଳି ଜନସାଧାରଣ ଘରେ ରହିଛନ୍ତି ଲକଡାଉନ୍ ବେଳେ ସେଭଳି ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପୁଲିସ କମିସନର। ଏଥିସହ ସେ କହିଛନ୍ତି, ଏମର୍ଜେନ୍ସି ଆଳରେ ମିଛ କୁହନ୍ତୁ ନାହିଁ, ପୁଲିସକୁ ସହଯୋଗ କରନ୍ତୁ । ପୁଲିସ୍ ପଦକ୍ଷେପକୁ ଗ୍ରହଣ ନ କଲେ କାର୍ଯ୍ୟାନୁଷ୍ଠାନ ହେବ ।
ଗଣମାଧ୍ୟମକୁ ସୂଚନା ଦେଇ କମିସନର ଷଡ଼ଙ୍ଗୀ କହିଛନ୍ତି, ସରକାରଙ୍କ ଆଦେଶ ଅନୁସାରେ ୨୯ ତାରିଖ ରାତି ୯ ଯାଏଁ ଲକ୍ ଡାଉନ୍ ଜାରି ରହିବ। ଅଫିସ୍ ବନ୍ଦ ପାଇଁ ଆମେ ଅନୁରୋଧ କରିଛୁ । ଆବଶ୍ୟକସ୍ଥଳେ ଅଳ୍ପ କର୍ମଚାରୀରେ କାମ କରିବାକୁ କୁହାଯାଇଛି । ବୟସ୍କ ଲୋକଙ୍କର ଉପଯୁକ୍ତ ଯତ୍ନ ନେବା ଦରକାର । ବେପରୁଆ ହେଲେ ସ୍ଥିତି ବିଗିଡିଯିବ । ଆବଶ୍ୟକ ହେଲେ ଲୋକେ କଣ୍ଟ୍ରୋଲ୍ ରୁମ୍ ୧୦୦କୁ ଫୋନ୍ କରିପାରିବେ। ୨୯ ପରେ ସ୍ଥିତି ଅନୁଯାୟୀ ପଦକ୍ଷେପ ନିଆଯିବ ।
ଏ ନେଇ ପୁଲିସର ପ୍ରସ୍ତୁତି ସମ୍ପର୍କରେ ସେ କହିଛନ୍ତି, ପୁଲିସ୍ କର୍ମଚାରୀଙ୍କୁ ମଧ୍ୟ ସଚେତନ କରାଯାଉଛି । ବାରାକରେ ଅଲଗା ଅଲଗା ପୁଲିସ୍ କର୍ମୀଙ୍କୁ ରଖାଯାଉଛି । କମିସନରେଟ୍ ପୁଲିସ୍ ଟ୍ୱିନ୍‌ ସିଟି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ