ପଞ୍ଜାବରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ

ନୂଆଦିଲ୍ଲୀ : ଗତକାଲି ରାଜସ୍ଥାନ ସରକାର ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିବା ପରେ ଆଜି ପଞ୍ଜାବ ସରକାର ମଧ୍ୟ ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିଛନ୍ତି। କୋରୋନା ଭାଇରସକୁ ମୁକାବିଲା କରିବା ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ କରାଯିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ କହିଛନ୍ତି। ରାଜସ୍ଥାନ ପରେ ପଞ୍ଜାବ ହେଉଛି ଦ୍ବିତୀୟ ରାଜ୍ୟ ଯେ କି ପୁରା ରାଜ୍ୟକୁ ଲକ ଡାଉନ ଘୋଷଣା କରିଛନ୍ତି।
ତେବେ ଏହି ଲକ୍‌ଡାଉନରେ କେବଳ ଅତ୍ୟାବଶ୍ୟକ ଜିନିଷ ମିଳୁଥିବା ଦୋକାନ ଖୋଲା ରହିବ ବୋଲି କୁହାଯାଇଛି। ସେଗୁଡିକ ମଧ୍ୟରେ ରହିଛି ଔଷଧ ଦୋକାନ, ଖିର, ଖାଦ୍ୟ ସାମଗ୍ରୀ ପ୍ରଭୃତି ଦୋକାନ। ଏହି ଲକ ଡାଉନକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପଞ୍ଜାବ କେତେକ ଜିଲ୍ଲାରେ ଏହି ଲକ ଡାଉନ ନିୟମ ଲାଗୁ କରିବା ପାଇଁ ଘୋଷଣା କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ