ଜଳଛତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରମିକ ଦିବସ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶିଭମ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର,ଜନ ସେବକ ଫାଉଣ୍ଡେସନ ପକ୍ଷରୁ ସାତ ଦିନିଆ ଜଳଛତ୍ର ସ୍ଥାନୀୟ ଲକ୍ଷ୍ମୀସାଗର ସ୍ଥିତ କେନାଲ ରୋଡ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଶିବରକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଭରତ ଲେଙ୍କା ,ସମ୍ମାନିତ ଅତିଥି ଭାବେ ଉତ୍କଳ ବୁଲେଟିନର ଅରବିନ୍ଦ ତ୍ରିପାଠୀ,ବରେଣ୍ୟ ଅତିଥି ଭାବେ ଆଇଏଫଜିଏଲ ର ମାନବ ସମ୍ବଳ ବିକାଶ ମୁଖ୍ୟ ରବି ନାରାୟଣ ସାହୁ ମୁଖ୍ୟ ବକ୍ତା ଭାବେ ସୁରେନ୍ଦ୍ର କୁମାର ସାହୁ ଯୋଗଦେଇ ଜଳ ଦାନ ମହତ ଦାନ ସହିତ ସମସ୍ତେ ନିଜ ନିଜ ସ୍ତରରେ ପଥିକମାନଙ୍କ ପାଇଁ ଜଳ ଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ମୁଗୁପୁର ସମାଚାରର ସମ୍ପାଦକ ମଦନ ମୋହନ ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିବ ସହିତ ମତବ୍ୟକ୍ତ କରିଥିଲେ ଯେ ସାତ ଦିନ ବ୍ୟାପୀ ଲେମ୍ପୁ ପଣା,ଦହି ପଣା,ବେଲ ପଣା,ପୋଦିନା ପାଣି ପ୍ରମୁଖ ତୃଷାର୍ତ ବ୍ୟକ୍ତି ତଥା ପଥିକମାନଙ୍କୁ ଯୋଗାଇ ଦିଆଯିବ । ଏହି ଜଳଦାନକୁ ଉତ୍କଳ ବୁଲେଟିନ,ମୁଗୁପୁର ସମାଚାର ତଥା ଶିଭମ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ