ଜଳପଥରେ ଆତଙ୍କବାଦୀ ମାନେ ଭାରତ ଉପରେ ଆକ୍ରମଣ କରିପାରନ୍ତି- ସୁନୀଲ ଲାମ୍ବା
ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ନୌସେନା ପ୍ରମୁଖ ଆଡମିରାଲ ସୁନୀଲ ଲାମ୍ବା। ଆତଙ୍କବାଦୀ ଏବେ ଜଳପଥକୁ ଟାର୍ଗେଟ କରିଥିବା ସେ କହିଛନ୍ତି। ସେମାନଙ୍କୁ ଏଥିପାଇଁ ଆବଶ୍ୟକ ତାଲିମ୍ ମଧ୍ୟ ଦିଆଯାଉଛି। ଭାରତକୁ ଅସ୍ଥିର ରଖିବା ପାଇଁ ଆତଙ୍କବାଦୀମାନେ ଯୋଜନା ପ୍ରସ୍ତୁତ କରିଥିବା ସେ ସୂଚନା ଦେଇଛନ୍ତି। ନିୟନ୍ତ୍ରଣ ରେଖାରେ ଏବେ ଅନୁପ୍ରବେଶ କରିବା କଷ୍ଟକର ହୋଇଥିବାରୁ ଜଳପଥ ଦେଇ ଭାରତରେ ପ୍ରବେଶ କରିବା ପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକ ପ୍ରୟାସ କରୁଥିବା ସେ କହିଛନ୍ତି।