ଜଳଯୋଗାଣ ବନ୍ଦ କଲେ ପୂର୍ବତନ ସରପଞ୍ଚ, ପ୍ରତିବାଦ ରେ ମହିଳା ଙ୍କ ବିକ୍ଷୋଭ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ଙ୍କ ଦବଙ୍ଗ ଗିରି ଦେଖିବାକୁ ମିଳିଛି । ଟଙ୍କା ନଦେବାରୁ ଗୋଟିଏ ଗ୍ରାମକୁ ଜଳଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହାକୁ ନେଇ ମହିଳା ମାନେ ହାଣ୍ଡି ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଏହି ପଞ୍ଚାୟତରେ ବାଙ୍କତରା ଓ ବେଙ୍ଗସର ଗ୍ରାମ ପାଇଁ ଗୋଟିଏ ଜଳଯୋଗାଣ ପ୍ରକଳ୍ପ ରହିଛି । ବାଙ୍କତରା ବାସିନ୍ଦା ତଥା ପୂର୍ବତନ ସରପଞ୍ଚ ଲକ୍ଷ୍ମୀକାନ୍ତ ରାଉତରାୟ ପଞ୍ଚାୟତ କୁ ଏହା ହସ୍ତାନ୍ତର ନକରି ନିଜେ ଲୋକଙ୍କ ଠାରୁ ସଂଯୋଗ ପିଛା ୧ହଜାର ଟଙ୍କା ଓ ମାସିକ ୭୦ ଟଙ୍କା ଲେଖାଏଁ ଆଦାୟ କରି ନିଜ ବ୍ୟବସାୟ ଚଲାଇଛନ୍ତି । ସରକାର ଆମକୁ ମାଗଣା ଜଳ ଦେଉଥିବା କହି ହଜାର ଟଙ୍କା ଦେବାକୁ ମନା କରିବାରୁ । ସେ ସଂପୂର୍ଣ୍ଣ ବେଙ୍ଗସର ଗ୍ରାମକୁ ପାଣି ସପ୍ଳାଇ ବନ୍ଦ କରିଦେବା ପରେ ମହିଳା ମାନେ ବିକ୍ଷୋଭ ଆରମ୍ଭ କରିଥିଲେ । ଖବରପାଇ ତାରାସିଂଗ ଥାନା ଅଧିକାରୀ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀ ପହଞ୍ଚି । ପୂର୍ବତନ ସରପଞ୍ଚ ଲକ୍ଷ୍ମୀକାନ୍ତ ଙ୍କୁ ତାଗିଦ କରିବା ସହ ପାଣି ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।


