ଜଳସମ୍ପଦ ବିଭାଗ ଜମିରେ ବେଆଇନ ଭାବେ ମଣ୍ଡପ ନିର୍ମାଣ ଅଭିଯୋଗ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍) : ଜଳ ସମ୍ପଦ ବିଭାଗ ଜମିରେ ବେଆଇନ ଭାବେ ସରକାରୀ ଅନୁଦାନରେ ଏକ ମଣ୍ଡପ ନିର୍ମାଣ କରାଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର କୋରୁଆ ଗ୍ରାମରେ ଉଦବୃତ ଜଳ ନିଷ୍କାସନ ନିମନ୍ତେ ଥିବା ଜଳସମ୍ପଦ ବିଭାଗ ଜମିକୁ ପୋତାଯାଇ ସେହି ଜମି ଉପରେ ବେଆଇନ ଭାବେ ୩୫ଲକ୍ଷ ଟଙ୍କା ସରକାରୀ ଅନୁଦାନରେ ଏକ ମଣ୍ଡପ ନିର୍ମାଣ କରାଯାଉଛି । ଏଥି ନିମନ୍ତେ ସଂପୃକ୍ତ ଜଳସମ୍ପଦ ବିଭାଗ କତ୍ତୃପକ୍ଷଙ୍କ ଠାରୁ ଅନୁମତି ମଧ୍ୟ ନିଆଯାଇନଥିବା ଜଣାପଡିଛି । ବର୍ଷାଦିନେ ସେହି ଜଳ ନିଷ୍କାସନ ପଥର ଜରୁରୀ ଆବଶ୍ୟକ ଥିବା ବେଳେ ସମସ୍ତ ଆଇନକାନୁନକୁ ଜଳାଞ୍ଜଳି ଦିଆଯାଇ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ବେଆଇନ କାର୍ଯ୍ୟ କରାଯାଉଛି ତାହାର ବିଧିବଦ୍ଧ ତଦନ୍ତ କରାଯାଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ବାବୁଲି ମଳିକ,ସୁନାକର ସାହୁ,ଅର୍ଜ୍ଜୁନି ମଳିକ,ନିରାକାର ସାହୁ,ବିଚିତ୍ର ଲେଙ୍କା,ରଞ୍ଜନ ମଳିକ ପ୍ରମୁଖ ଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଗ୍ରାମବାସୀମାନେ ଏ ସମ୍ପର୍କରେ କେନ୍ଦ୍ରାପଡା ବିଡିଓଙ୍କୁ ଜଣାଇଥିଲେବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।


