ଜଳସେଚନ ବିଭାଗର ପୂର୍ବତନ କର୍ମଚାରୀଙ୍କ ଦେହାନ୍ତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମ ପଞ୍ଚାୟତର କହ୍ନେଇପୁର ଗ୍ରାମ ନିବାସୀ ତଥା ବୁଗୁଡା ବାଘୁଆ ଜଳସେଚନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ କାଶୀନାଥ ଦାଶଙ୍କ ୬୩ ବର୍ଷ ବୟସରେ ଜାନୁଆରୀ ୧୪ ତାରିଖ ଭୋର ସମୟରେ ଦେହାନ୍ତ ହୋଇଯାଇଛି। ଜାନୁଆରୀ ୮ ତାରିଖ ଦିନ ଘରେ ପଡିଯିବା ଯୋଗୁଁ କାଶୀନାଥଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ବୁଗୁଡା ମେଡ଼ିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଦ୍ୱାରା ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଭୋର ପ୍ରାୟ ଦୁଇଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସ୍ଵର୍ଗତ କାଶୀନାଥ ଦାଶ ୧୯୯୫ ମସିହାରେ ବାଘୁଆ ଜଳସେଚନ ବିଭାଗର ନିଯୁକ୍ତି ପାଇ ୨୦୨୦ ରେ ଅବସର ଗ୍ରହଣ କରିଥିଲେ । ସେ ଜଣେ କର୍ତ୍ତବ୍ୟପରାୟଣ ଓ ଧର୍ମପରାୟଣ ବ୍ୟକ୍ତିଭାବେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ସ୍ଵର୍ଗତ କାଶୀନାଥ ଦାଶଙ୍କ ମୃତ୍ୟୁରେ ବାଘୁଆ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ଓ କରଚୁଲି ସରପଞ୍ଚ ଧୋବା ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ଵର୍ଗତ ଶ୍ରୀ ଦାଶଙ୍କ ମୃତ୍ୟୁ ଖବର ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ