ଜଳାଭାବରୁ ଚାଷ ପାଇଁ ଚାଷୀର ଚିନ୍ତା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବର୍ଷା ନଥିବାରୁ ସମଗ୍ର ବନ୍ତ ବ୍ଲକରେ ଜମି ଶୁଖିଲା ପଡିଛି । ଫଳରେ ଚାଷ କାମ ଆଗେଇ ପାରୁନି । ଏଥିନେଇ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି । ପ୍ରକାଶ ଯେ, ବନ୍ତ ବ୍ଲକର ଚାଷୀ ମାନେ ଧାନ ଚାଷ ଉପରେ ନିର୍ଭର କରିଚଳିଥାନ୍ତି । ବିଶେଷକରି ବ୍ଲକର ପ୍ରତ୍ୟେକ ଚାଷୀମାନେ ଖରିଫ ଚାଷ ଉପରେ ଗୁରୁତ୍ୱ ଦେଇଥାନ୍ତି । ଏହା ସେମାନଙ୍କକୁ ବର୍ଷକର ଖୋରାକ ଯୋଗାଇ ଥାଏ । ଏପରିସ୍ଥଳେ ଆଷାଢ ଶେଷ ଓ ଶ୍ରାବଣ ଆରମ୍ଭରୁ ଚାଷୀ ମାନେ ବିହନ ତଳି ପକାଇବା ଆରମ୍ଭ କରିଥାନ୍ତି । ମାତ୍ର ଚଳିତ ବର୍ଷ ଖରିଫ ଋତୁରେ ଆବଶ୍ୟକ ଠାରୁ କମ୍ ବର୍ଷା ହେବା ଫଳରେ ଜମିରେ ଆଦୌ ପାଣି ନାହିଁ । କେତେକ ଚାଷୀ ବହୁ କଷ୍ଟରେ ତଳି ପକାଇଥିଲେ ମଧ୍ୟ ଜମିରେ କାଦୁଅ ହଳ କରିବା ସମ୍ଭବପର ନୁହେଁ ବୋଲି କହିଛନ୍ତି । ସେହିପରି ଶହ ଶହ ଏକର ଜମି ବର୍ଷା ଜଳ ଉପରେ ଚାଷ କାର୍ଯ୍ୟ ନିର୍ଭର କରୁଛି । ଯଦି ଆବଶ୍ୟକ ବର୍ଷା ନହୁଏ ବହୁ ଚାଷ ଜମି ପଡିଆ ଏଥର ପଡିବ ବୋଲି ଚାଷୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ