ଜଳିଗଲା ଏସଏମଏସ କଣ୍ଟ୍ରୋଲ୍ ରୁମ୍

ଭୁବନେ‌ଶ୍ୱର (‌ୱାଇଏନ୍‌ଏସ୍‌): ରାଉରକେଲା ଇସ୍ପାତ କାରଖାନା ଏସଏମ ଏସ-୨ ରେ ଗତକାଲି ରାତି ୩ଟା ସମୟରେ ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଏସଏମଏସ – ୨ର ସ୍ଲାଗ ପଟରୁ ଉତ୍ତପ୍ତ ତରଳ ଲୁହା ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିବାରୁ ଉକ୍ତ ବିଭାଗର କଣ୍ଟ୍ରୋଲ ରୁମ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି l ଆରଏସପିର ଦୁଇଟି ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିଛନ୍ତି l କୌଣସି କର୍ମଚାରୀ ହାତାହତ ହୋଇନାହାନ୍ତି l ଶୀଘ୍ର ସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରାଯାଉଛି ବୋଲି ଆରଏସିପ କର୍ତ୍ତୃପକ୍ଷ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ