ଜଳି ଗଲା ମହାବୀର ପୂଜା ଭଣ୍ଡାର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗତକାଲି ରାତି ପ୍ରାୟ ୧୧ ଟା ବେଳେ ଭଞ୍ଜନଗର ହନୁମାନ ମନ୍ଦିର ନିକଟ ରେ ଥିବା ମହାବୀର ପୂଜା ଭଣ୍ଡାରରେ ଅଗ୍ନିକାଣ୍ଡ ଘଟି ସମସ୍ତ ଜିନିଷପତ୍ର ପୋଡ଼ି ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ରାତି ୧୧ଟା ସମୟରେ ସ୍ଥାନୀୟ ଲୋକେ ଦୋକାନ ଜଳୁ ଥିବା ଦେଖି ଦୋକାନ ମାଲିକ ଚିତ୍ତ ରଞ୍ଜନ ପଣ୍ଡାଙ୍କୁ ଫୋନକରି ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ।ଏହାପରେ ଦୋକାନ ମାଲିକ ଆସି ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ହେଲେ ସେତେବେଳକୁ ଦୋକାନ ର ବହୁ ଜିନିଷପତ୍ର ପୋଡି ଯାଇଥିଲା।ଅପରପକ୍ଷରେ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି।ଦୋକାନ ରେ ପ୍ରାୟ ଆନୁମାନିକ ୫ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଜିନିଷ ପତ୍ର ନଷ୍ଟ ହୋଇଥିବା ମାଲିକ ଶ୍ରୀ ପଣ୍ଡା କହିଛନ୍ତି। ତେବେ କେଉଁ କାରଣରୁ ନିଆଁ ଲଗାଇ ତାହା ବର୍ତ୍ତମାନ ସୁଦ୍ଧା ସ୍ୱଷ୍ଟ ଭାବେ ଜଣାପଡ଼ିନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ