ଜଳୁଛି ମାଓବାଦୀଙ୍କ କ୍ୟାମ୍ପ ଏନକାଉଣ୍ଟର ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ୪ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଏସଓଜି ଯବାନ ମାନେ କମ୍ବିଂ ଅପରେସନ ଚଲାଇଥିବା ବେଳେ ଏହି ଗୁଳିକାଣ୍ଡ ହୋଇଛି। ମୃତ ନକ୍ସଲମାନେ ବଂଶଧାରା-ଘୁମୁସର-ନାଗାବଳୀ ଗ୍ରୁପର ସଦସ୍ୟ । ସେମାନଙ୍କ ନାଁରେ ସରକାରଙ୍କ ପକ୍ଷରୁ ପୂର୍ବରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏନକାଉଣ୍ଟର ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଜଳୁଛି ମାଓବାଦୀଙ୍କ କ୍ୟାମ୍ପ। ଏଣେ ତେଣେ ପଡିଛି ୪ ହାର୍ଡକୋର ମାଓବାଦୀଙ୍କ ମୃତଦେହ । ପାଖରେ ଅସ୍ତ୍ରଶସ୍ତ୍ର, ଖାଦ୍ୟ ସାମଗ୍ରୀ ଓ ମାଓବାଦୀମାନେ ବ୍ୟବହୃତ କରୁଥିବା ଜିନିଷ ପତ୍ର । ଏ ଦୃଶ୍ୟ ହେଉଛି କନ୍ଧମାଳ ତୁମୁଡ଼ିବନ୍ଧ ସିର୍ଲାର କରୁଗାଡଙ୍ଗା ଘଞ୍ଚ ଜଙ୍ଗଲର । ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ମିଳିଥିଲା ଗୁଇନ୍ଦା ସୂଚନା । ସକାଳୁ ସକାଳୁ ଏସଓଜି ଜବାନ କମ୍ବି ଅପରେସନ୍ ଆରମ୍ଭ କରିଥିଲେ। ମାଓବାଦୀଙ୍କ ସହ ଯବାନଙ୍କ ମୁହାଁମୁହିଁ ହୋଇଥିଲା । ଉଭୟ ପଟୁ କିଛି ସମୟ ଧରି ଜୋରଦାର ଗୁଳିବିନିମୟ ହୋଇଥିଲା । ପୋଲିସ ଗୁଳିରେ ୪ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ। ଏନକାଉଣ୍ଟର ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।ମୃତ ନକ୍ସଲମାନେ ବଂଶଧାରା-ଘୁମୁସର-ନାଗାବଳୀ ଗ୍ରୁପର ସଦସ୍ୟ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନାଁରେ ସରକାରଙ୍କ ପକ୍ଷରୁ ପୂର୍ବରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ମୃତକ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । କରୁଗାଡଙ୍ଗା ଜଙ୍ଗଲରେ ଏସଓଜି ଓ ଡିଭିଏଫ ଯବାନଙ୍କ ମିଳିତ ଅପରେସନ ଜାରି ରହିଛି। ୪ମାଓବାଦୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦୁଇଦିନ ତଳେ ଫିରିଙ୍ଗିଆ ଥାନା ସୁମରବନ୍ଧ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ବହୁ ମାଓ ସାମଗ୍ରୀ ଜବତ ହୋଇଥିଲା।