ଜଳ ପରିକ୍ଷଣ ତାଲିମ କାର୍ଯ୍ୟକ୍ରମର ଆୟୋଜନ

ଭୁବନେଶ୍ୱର, ଓାଟ ଫର୍ ଓମେନ, ଡିଏଫ୍ଏଟି (ଊୠଇଞ) ସହାୟତାରେ ଓ ସି.ଏଫ୍.ଏ.ଆର୍ ( ଉୠଇଜ) ଓ ରାଜ୍ୟ ଜଳ ପରିକ୍ଷଣ ଲାବ୍ରୋଟାରୀ ,ଗ୍ରମ୍ୟ ଜଳ ଯୋଗାଣ ବିଭାଗ(ଜଡଝଝ) ଓଡିଶା ସରକାରଙ୍କ ମିଳିତ ସହଯୋଗରେ ସ୍ଥାନୀୟ ରାଜ୍ୟ ଜଳ ପରିକ୍ଷଣ ଲାବ୍ରୋଟାରୀ, ଗ୍ରମ୍ୟ ଜଳ ଯୋଗାଣ ବିଭାଗ, ଖଣ୍ଡଗିରି, ଭୁବନେଶ୍ୱର ଠାରେ ଏକ ଜଳ ପରିକ୍ଷଣ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ସୁମନ୍ତ କୁମାର ହରିଚନ୍ଦନ, ସୁପରିଟେଣ୍ଡେଟ ଇଂଜିନିଅର କର୍ମସାଳା ଉଦ୍ ଘାଟନ କରି ପ୍ରଶିକ୍ଷାର୍ଥୀ ଙ୍କୁ ଜଳ ର ଗୁଣବତା ଓ ବ୍ୟବହାର ବିଷୟରେ ଆଲୋକପାତ କରିଥିଲେ । ଏନ୍.କେ.ପଣ୍ଡା, ବି.କେ ରାଉତ ଏଚ୍.ପି.ପାଣ୍ଡେ, ସମିର ରଂଜନ ଦାଶ, ଯୋଗଲ ନାୟକ ଓ ସି.ଏଫ୍.ଏ.ଆର୍ ର କର୍ମୀ ମାନେ କର୍ମସାଳାକୁ ଆଗକୁ ନେଇଥିଲେ । ତାଲିମ କର୍ମସାଳାରେ ୧୨ଗୋଟି ସାହି ର ୪୦ ଜଣ ବିଭିନ୍ନ ମହିଳା ଗୋଷ୍ଠୀର ନେତ୍ରୀ, ଗୋଷ୍ଠି ପରିଚାଳନା କମିଟିର ସଦସ୍ୟ, କିଶୋରି ବାଳିକା ମାନେ ଉପସ୍ଥିତ ଥିଲେ । ଏହା ସହ ଜଳର ଅଠ ଗୋଟି ମାନଦଣ୍ଡ ବିଷୟରେ ତାଲିମ ନେଇଥିଲେ ଓ ନିଜ ସାହିରୁ ଆଣି ଥିବା ଜଳର ନମୁନାକୁ ପରିକ୍ଷା କରାଇଥିଲେ । ଏଥିରୁ ଜାଣିବାକୁ ପାଇଲେ ଜଳର ମାନ ବହୁତ ନିକୃଷ୍ଟ ଏବଂ ଏହାର ପରିକ୍ଷା କରି ଉପଚାର କରିବା ନିହାତି ଆବଶ୍ୟକ. ସୁମନ୍ତ କୁମାର ହରିଚନ୍ଦନ, ସୁପରିଟେଣ୍ଡେଟ ଇଂଜିନିଅର କହିଥିଲେ ଯେ ପ୍ରତ୍ୟକ ସାହିରେ ରାଜ୍ୟ ଜଳ ପରିକ୍ଷଣ ଲାବ୍ରୋଟାରୀ ସହାୟତା ରେ ଗୋଷ୍ଟି ସ୍ତରିୟ ତାଲିମ ଦିଆଯିବାର ବ୍ୟବସ୍ଥା କରାଯିବ ଏନ୍.କେ.ପଣ୍ଡା ପ୍ରସ୍ତାବ ଦେଇଥିଲେ କି ସି.ଏଫ୍.ଏ.ଆର୍ ନେତୃତ୍ୱରେ ଜଳର ନମୁନା ସଂଗ୍ରହ କରି ରାଜ୍ୟ ଜଳ ପରିକ୍ଷଣ ଲାବ୍ରୋଟାରୀ ରେ ପରିକ୍ଷା କରାଇନେବେ । ରାଜ୍ୟ ଜଳ ପରିକ୍ଷଣ ଲାବ୍ରୋଟାରୀ, ଗ୍ରମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ବର୍ତମାନ ୫ ଗୋଟି ଟେଷ୍ଟିଗଂ କିଟ ଦିଅଯାଇଥିଲା । ପ୍ରମିଳା ଚଣ୍ଡ, ଗୋଷ୍ଠି ପରିଚାଳନା କମିଟି ର ସଦସ୍ୟା, ଆଦିତ୍ୟ ନଗର ଟେଷ୍ଟିଗଂ କିଟ ସହାୟତା ରେ ବ୍ୟବହାର ଜଳର ନିଜ ସାହିରେ ପରିକ୍ଷା କରାଇପାରିବୁ ମତ ପ୍ରକାଶ କରିଥିଲେ । ଉପସ୍ଥିତ ସଦସ୍ୟ ଙ୍କୁ ୪ ଗୋଟି ଦଳରେ ବିଭକ୍ତ କରି ସେମାନଙ୍କର ଦକ୍ଷତା ଉପରେ ଆକଳନ କରାଯାଇଥିଲା । ଜଳର ନମୁନାରୁ ଜଣାଗଲାକି ବାରଭୁଜା ଅଂଚଳର ପାଣିରମାନ ଅତି ନିକୃଷ୍ଟ । ତେଣୁ ଉକ୍ତ ଅଂଚଳର ଜଳଉତ୍ସର ତୁରନ୍ତ ନମୁନା ସଂଗ୍ରହ କରି ପରିକ୍ଷା କରିବା ଆବଶ୍ୟକ । ଏହା ସହ ରାଜ୍ୟ ଜଳ ପରିକ୍ଷଣ ଲାବ୍ରୋଟାରୀ ପରିଦର୍ଶନ କରି ସମସ୍ତ ବିଭାଗ ବିଷୟରେ ବୁଝିନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ