ଜଳ ପରିକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ): ଓଡିଶା ସରକାର ଙ୍କ ମିଳିତ ସହଯୋଗରେ ସ୍ଥାନୀୟ ରାଜ୍ୟ ଜଳ ପରିକ୍ଷଣ ଲାବ୍ରୋଟାରୀ ,ଗ୍ରମ୍ୟ ଜଳ ଯୋଗାଣ ବିଭାଗ ,ଖଣ୍ଡଗିରିଠାରେ ଏକ ଜଳ ପରିକ୍ଷଣ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଶ୍ରୀ ସୁମନ୍ତ କୁମାର ହରିଚନ୍ଦନ ,ସୁପରିଟେଣ୍ଡେଟ ଇଂଜିନିଅର କର୍ମସାଳା ଉଦ୍ ଘାଟନ କରି ପ୍ରଶିକ୍ଷାର୍ଥୀ ଙ୍କୁ ଜଳ ର ଗୁଣବତା ଓ ବ୍ୟବହାର ବିଷୟ ରେ ଆଲୋକପାତ କରିଥିଲେ । ଶ୍ରୀ ଏନ୍.କେ.ପଣ୍ଡା,ବି.କେ ରାଉତ ,ଶ୍ରୀମତି ଏଚ୍.ପି.ପାଣ୍ଡେ,ସମିର ରଂଜନ ଦାଶ, ଯୋଗଲ ନାୟକ ଓ ସି.ଏଫ୍.ଏ.ଆର୍ ର କର୍ମୀ ମାନେ କର୍ମସାଳାକୁ ଆଗକୁ ନେଇଥିଲେ । ଉକ୍ତ ତାଲିମ କର୍ମସାଳା ରେ ୧୨ଗୋଟି ସାହି ର ୪୦ ଜଣ ବିଭିନ୍ନ ମହିଳା ଗୋଷ୍ଠୀର ନେତ୍ରୀ ,ଗୋଷ୍ଠି ପରିଚାଳନା କମିଟି ର ସଦସ୍ୟ,କିଶୋରି ବାଳିକା ମାନେ ଉପସ୍ଥିତ ଥିଲେ । ଏହା ସହ ଜଳ ର ଅଠ ଗୋଟି ମାନଦଣ୍ଡ ବିଷୟ ରେ ତାଲିମ ନେଇଥିଲେ ଓ ନିଜ ସାହିରୁ ଆଣି ଥିବା ଜଳର ନମୁନା କୁ ପରିକ୍ଷା କରାଇଥିଲେ । ଏଥି ରୁ ଜାଣିବାକୁ ପାଇଲେ ଜଳ ର ମାନ ବହୁତ ନିକୃଷ୍ଟ ଏବଂ ଏହାର ପରିକ୍ଷା କରି ଉପଚାର କରିବା ନିହାତି ଆବଶ୍ୟକ ।ଶ୍ରୀ ସୁମନ୍ତ କୁମାର ହରିଚନ୍ଦନ ,ସୁପରିଟେଣ୍ଡେଟ ଇଂଜିନିଅର କହିଥିଲେ ଯେ ପ୍ରତ୍ୟକ ସାହିରେ ରାଜ୍ୟ ଜଳ ପରିକ୍ଷଣ ଲାବ୍ରୋଟାରୀ ସହାୟତା ରେ ଗୋଷ୍ଟି ସ୍ତରିୟ ତାଲିମ ଦିଆଯିବାର ବ୍ୟବସ୍ଥା କରାଯିବ। ଶ୍ରୀ ଏନ୍.କେ.ପଣ୍ଡା ପ୍ରସ୍ତାବ ଦେଇଥିଲେ କି ସି.ଏଫ୍.ଏ.ଆର୍ ନେତୃତ୍ୱ ରେ ଜଳ ର ନମୁନା ସଂଗ୍ରହ କରି ରାଜ୍ୟ ଜଳ ପରିକ୍ଷଣ ଲାବ୍ରୋଟାରୀ ରେ ପରିକ୍ଷା କରାଇନେବେ । ରାଜ୍ୟ ଜଳ ପରିକ୍ଷଣ ଲାବ୍ରୋଟାରୀ ,ଗ୍ରମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ବର୍ତମାନ ୫ ଗୋଟି ଟେଷ୍ଟିଗଂ କିଟଦିଅଯାଇଥିଲା ।