କ୍ରୀଡା ଭାଇଚାରା ଓ ସଦ୍ଭାବନା ସୃଷ୍ଟି କରେ : ଜିଲ୍ଲାପାଳ

କ୍ରୀଡା ଭାଇଚାରା ଓ ସଦ୍ଭାବନା ସୃଷ୍ଟି କରେ : ଜିଲ୍ଲାପାଳ
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :କ୍ରୀଡା କେବଳ ଶରୀରକୁ ସୁସ୍ଥ ଓ ନିରୋଗ ରଖେନାହିଁ ବରଂ ଦେଶ ଦେଶ ଓ ସମାଜ ମଧ୍ୟରେ ଭାଇଚାରା, ସଦ୍ଭାବନା ସୃଷ୍ଟି କରିଥାଏ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ ଯାଜପୁର ଜିଲ୍ଳ୍ା ସାହିତ୍ୟ, ସଂସ୍କୃତି ଓ କ୍ରୀଡା ପାଇଁ ଏକ ଦୃଢ ଭିତ୍ତିଭୂମୀ ସଂପନ୍ନ ଅଞ୍ଚଳ ବୋଲି କହିଥିଲେ । ଏଇ ମାଟିରୁ ଦୂତୀ ଚାନ୍ଦଙ୍କ ଭଳି ବିଶ୍ୱ ସ୍ତରୀୟ କ୍ରୀଡାବିତ୍ ସୃଷ୍ଟି ହୋଇଚ୍ଥନ୍ତି । ସେହିପରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଅନେକ କ୍ରୀଡାବିତ୍ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଚ୍ଥନ୍ତି । ସରକାର କ୍ରୀଡାକୁ ପ୍ରୋତ୍ସାହିତ କରୁଚ୍ଥନ୍ତି । ଏ ଯାଜପୁର ଜିଲ୍ଲା କ୍ରୀଡାର ରାଜଧାନୀ ପାଲଟିବାକୁ ଯାଉଚ୍ଥି । ଏଠାରେ ପ୍ରସ୍ତୁତ ହକି ଷ୍ଟାଡିୟମ ଅତି ଉନ୍ନତ ମାନର । ଇଣ୍ଡୋର ଷ୍ଟାଡିୟମ, ଯାଜପୁର କ୍ଳବ, ସ୍ପୋର୍ଟସ୍ କମ୍ପେ୍ଳକ୍ସ, ବୈତରଣୀରେ ୱାଟର ସ୍ପୋର୍ଟସ୍ ଓ ପୁଂଟବଲ ଏକାଡେମୀ କରାଯିବାର ବ୍ୟବସ୍ଥା କରାଯାଉଚ୍ଥି । ନିଜ ଆଗ୍ରହକୁ ସମ୍ମାନ ଓ ପ୍ରାଧନ୍ୟ ଦେବା ସହ ନିଜ ଲକ୍ଷ୍ୟକୁ ହାସଲ ପାଇଁ ନିଷ୍ଠାପର ଉଦ୍ୟମ କଲେ ନିଶ୍ଚିତ ସପଂଳତା ମିଳିବ ବୋଲି ସେ ଆହ୍ୱାନ ଦେଇଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡା ସମସ୍ତଙ୍କ ପାଇଁ ଜରୁରୀ, ଆମ ଜିଲ୍ଲା କ୍ରୀଡାରେ ବେଶ ସମୃଦ୍ଧ, ତେଣୁ ଏହାକୁ କ୍ୟାରିୟର ଭାବେ ଗ୍ରହଣ କରି ମଧ୍ୟ ଉନ୍ନତି କରାଯାଇ ପାରିବ ବୋଲି କହିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା ବିଦ୍ୟାଳୟ ସ୍ତରରୁ କ୍ରୀଡାର ଭିତ୍ତିଭୂମୀ ସୃଷ୍ଟି ହୋଇଚ୍ଥି । ଏହାକୁ ଅଧିକ ଋଦ୍ଧିମନ୍ତ କରିପାରିଲେ ଆମେ ଏକ ରୋଗମୁକ୍ତ ଓ ସୁସ୍ଥ ସମାଜ ଗଢି ପାରିବା ବୋଲି କହିଥିଲେ । ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସଂଗୀତ ନିର୍ଦ୍ଦେଶକ ଦୀନେଶ ମଲ୍ଲିକ କ୍ରୀଡା, କ୍ରୀଡାବିତ, କ୍ରୀଡା ମନୋଭାବ ସହ କ୍ରୀଡା ଶୃଙ୍ଖଳା ଓ ଉନ୍ନତ ଚରିତ୍ର ଗଠନରେ ସହାୟକ ହୁଏ ବୋଲି ମତ ଦେଇଥିଲେ । କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ ସମସ୍ତଙ୍କୁ ସ୍ୱାଗତ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ଜିଲ୍ଲାର ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର କ୍ରୀଡାବିତ୍ଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ । ସେହିପରି ଜିଲ୍ଲାପାଳ ଭାବେ ନୁହେଁ ଜଣେ ବିଶିଷ୍ଟ ସାହିତ୍ୟିକ ଓ ସଂସ୍କୃତି ପ୍ରାଣ ବ୍ୟକ୍ତିତ୍ୱ ଭାବେ ଜିଲ୍ଲାପାଳ ଶ୍ରୀ ଦାସ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦୀନେଶ ମଲ୍ଳ୍ିକଙ୍କୁ ମଧ୍ୟ ଆରକ୍ଷୀ ଅଧିକ୍ଷକ ଓ ପ୍ରକଳ୍ପ ନିର୍ଦ୍ଦେଶକ ସମ୍ୱର୍ଦ୍ଧିତ କରିଥିଲେ । ଏହି ଅବସରରେ କ୍ରୀଡାବିତ୍ଙ୍କୁ ଉତ୍ସାହିତ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ରଚିତ ଓ ଦୀନେଶ ମଲ୍ଲିକଙ୍କ ସଂଗୀତ ନିର୍ଦ୍ଦେଶନାରେ ବିଶିଷ୍ଟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଓ ମୋହିନୀ ମିଶ୍ର ଗାଇଥିବା ଗୀତ “ଆମେ ହେବୁରେ ଚମ୍ପିଆନ” ଲୋକାର୍ପଣ କରାଯାଇଥିଲା । ଉପସ୍ଥିତ ପ୍ରତ୍ୟେକ ଏହି ଗୀତର ପରିବେଷଣ ଉଚ୍ଚ କୋଟୀର ଓ ରାଜ୍ୟର କ୍ରୀଡାତିତ୍ଙ୍କୁ ଏହା ପ୍ରେରଣା ଦେବ ବୋଲି ମତ ଦେଇଥିଲେ । ଶେଷରେ ପୂର୍ବତନ ପି.ଇ.ଟି. ରାଧାକୃଷ୍ଣ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ