ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଆସୁନାହାନ୍ତି କାର୍ଯ୍ୟାଳୟ ଝୁଲୁଛି ତାଲା : ଆଭିଯାଗ କରିବାରୁ ସରପଞ୍ଚ ଙ୍କୁ ନାଲି ଆଖି

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ବିଭିନ୍ନ ସରକାରୀ ଅଧିକାରି ଙ୍କ ସମେତ ପ୍ରତେକ ଜିଲ୍ଲା ପାଳ ଙ୍କୁ ଅବଗତ ହୋଇଛି I ଗିଶ୍ମ ପ୍ରଭା ପାଇଁ ସକାଳୁ ସରକାରୀ କାର୍ଯ୍ୟାଳୟ ଖୋଲିବା କୁ ଏବଂ ପ୍ରତେକ ଜନ ସାଧାଣ ହେଉଛନ୍ତି ଆମ ମାଲିକ ତାଙ୍କ ଟଙ୍କା ରେ ଆମେ ବେତନ ପାଉଛନ୍ତି ତେଣୁ ତାଙ୍କୁ ସମ୍ମାନ ଦେବା ଓ ତାଙ୍କ ଦୁଃଖ ବୁଝିବା ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ ରେ ତାହାର ଓଲଟା ଚିତ୍ର ବହୁଦିନ ହେଲା ବିଡ଼ିଓ ମୋହଦୟ ଉପସ୍ଥିତ ନଥିବାରୁ କିଛି କର୍ମଚାରୀ କାର୍ଯ୍ୟାଳୟ ରେ ପାଦ ଦେଉନାହାନ୍ତି I ବହୁ ଦିନ ହେଲା ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ୨ ଅରୁଣଜେନା କାର୍ଯ୍ୟାଳୟ ରେ ଉପସ୍ଥିତ ରହୁନାହାନ୍ତି କି କାର୍ଯ୍ୟାଳୟ ଖୁଲୁନି ତାଲା ଝୁଲୁଛି ଯାହା ଦ୍ୱାରା ସାଧାରଣ ଲୋକ ପାଣି ଟୁପେ ନ ପାଇ ଗାଁ ଗୋହଳି ରେ ଲମ୍ଭା ଧାଡ଼ି ଧରି ଛିଡ଼ା ହେବାକୁ ପଡ଼ୁଛି I ପାଣି ପାଇଁ ଖାଲି ସେତିକି ନୁହେଁ କିଛି ଦିନ ତଳେ ଶିକୁଳିପଦର ପଞ୍ଚାୟତ ର ସରପଞ୍ଚ ସତ୍ୟ ନାରାୟଣ ଦଣ୍ଡସେନା ନିଜ ଅଞ୍ଚଳ ରେ ପାନୀୟ ଜଳ ଯୋଗାଣ ର ଅଭାବ ଏବଂ ନଳକୂପ ମରାମତି ପାଇଁ ଅଭିଯୋଗ ଦେବାକୁ ଆସିଥିଲେ ମୋହନା ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ୨ଜେନା ଙ୍କ ନିକଟକୁ ଜେନା ତାଙ୍କ ଅଭିଯୋଗ ନ ଶୁଣି ତାଙ୍କୁ ନାଲି ଆଖି ଦେଖାଇବା ସହ ଦୃବ୍ୟବହାର ଦେଖିଥିବା କହିଛନ୍ତି I ସରପଞ୍ଚ ଶ୍ରୀ ଦଣ୍ଡସେନା ଏହି ବିଷୟରେ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥଲେ ମଧ୍ୟ କୋଣଶୀ ଉତ୍ତର ମିଳିନୀ I ଏହି ବିଷୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଜଣାଇବାରୁ ସେଶ୍ରୀ ଜେନାଙ୍କୁ ଘଣ୍ଟଘୁଡ଼ାଉଛନ୍ତି ଏପରିକି ମୋହନା ବ୍ଲକ ରେ ବହୁଦିନ ହେଲା ବନ୍ଦ ପଡ଼ିଛି I ମୋ ସରକାର ଅଭିଯୋଗ କେନ୍ଦ୍ର ଗୃହ କୋଣଶୀ ଜନ ସାଧାଣଙ୍କୁ ଦିଆଯାଉନାହିଁ ମୋ ସରକାର ସୁବିଧା ତେଣୁ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରି ଯନ୍ତ୍ରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜନ ସାଧାରଣ ଙ୍କୁ ସୁବିଧା ଯୁଗାଇ ଦେବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ