ଜଳ ସେବା ଉଦଘାଟନ କଲେ ସାଂସଦ ଅନନ୍ତ ନାଏକ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ଡିଏମ. ପବ୍ଲିକ ସ୍କୁଲ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଜଳ ଛତ୍ର ଉଦଘାଟନ ହୋଇଯାଇଛି
କରଞ୍ଜିଆ ଡି.ଏମ. ପବ୍ଲିକ ସ୍କୁଲ ସମ୍ମୁଖରେ ଜଳ ସେବା ନିମନ୍ତେ ପ୍ରସ୍ତୁତ ଜଳ ଛତ୍ର ଟି କୁ ଆଜି କେନ୍ଦୁଝର ସାଂସଦ ଅନନ୍ତ ନାଏକ ଉଦଘାଟନ କରିଥିଲେ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି କରଞ୍ଜିଆ ର ସର୍ବପ୍ରଥମ ଏହି ଜଳ ଛତ୍ର କୁ କରଞ୍ଜିଆ ଡ଼ିଏମ ପବ୍ଲିକ ସ୍କୁଲ ର ପ୍ରତିଷ୍ଠାତା ତଥା ଅଧକ୍ଷ ଅରୁଣ କୁମାର ମହାନ୍ତ ଙ୍କ ଉଦ୍ୟମ କ୍ରମେ ଜଳ ଛତ୍ର ଟି ପ୍ରତିଷ୍ଠା କରାଯାଇଛି ଏହି ଜଳଛତ୍ର ର ଉଦଘାଟନ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି କରଞ୍ଜିଆ ନଗର ସଭାପତି ସମ୍ବିଧାନ ମହାପାତ୍ର, ପୂର୍ବତନ ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ,ସାଂସଦ ଙ୍କ ପ୍ରତିନିଧି ଆଶିଷ ମହାନ୍ତ,ଲକ୍ଷ୍ମୀ ଝା,କାଉନସିଲର ଇନଏସ ପ୍ରିୟଙ୍କା, କଳ୍ପନା ପାତ୍ର,ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ଅବଦୁଲ ଲତିଫ, ଜ୍ୟୋତି ଶଙ୍କର ଦାସ,ମାଧବ ଦେହୁରୀ ପ୍ରମୁଖ ଙ୍କ ସହିତ ବହୁ ସଂଖ୍ୟାରେ ଜନସାଧାରଣ ଓ ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ.


