ବଡ଼ସାହି ବ୍ଳକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ
ବଡ଼ସାହି,(ନିରଞ୍ଜନ ମହାନ୍ତ): ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟବାଲିଯୋଡ଼ା । ସ୍କୁଲ ପରିସରରେ ୧୪ତମ ବଡ଼ସାହି ବ୍ଲକ ଅଧୀନସ୍ଥ ସମସ୍ତ ମାଧ୍ୟମିକ ବିଦ୍ୟାଳୟ ସମୂହର ପ୍ରଧାନଶିକ୍ଷକମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପାର୍ବତୀ ମୁର୍ମୁଙ୍କ ପୌରହିତରେ ବଡ଼ସାହି ବ୍ଲକ ଶିକ୍ଷା ଅଧିକାରୀ ମଧୁସ୍ମିତା ଗିରି ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଧିଆ ଚରଣ ମୁଣ୍ଡା ଅଧିବେଶନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ l ଆୟୋଜକ ବିଦ୍ୟାଳୟର ଶିକ୍ଷକ ଦୀପକ ରାମ ସ୍ୱାଗତ ଭାଷଣ ଦେଇଥିଲେ ଓ ଶିକ୍ଷକ ପାର୍ଥସାରଥୀ ଜେନା ଧନ୍ୟ ବାଦ୍ ଅର୍ପଣ କରିଥିଲେ lପ୍ରଧାନଣିକ୍ଷକ ଦିଲ୍ଲୀପ କୁମାର ମିଶ୍ର ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ବିଗତ ଅଧିବେଶନର ବିବରଣୀ ପାଠ କରିଥିଲେ | ସମସ୍ତ ପ୍ରଧାନଶିକ୍ଷକ ଆଲୋଚନାଚକ୍ରରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପ୍ରଧାନଶିକ୍ଷକମାନଙ୍କର ବିଭିନ୍ନ ମନ୍ତବ୍ୟକୁ ବ୍ଲକ ଶିକ୍ଷା ଅଧିକାରୀ ଆଲୋଚନା କରି ସମାଧାନର ଉପାୟ ସବୁ କରାଯିବ କହିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଆୟୋଜକ ବିଦ୍ୟାଳୟର ଶିକ୍ଷୟତ୍ରୀ ରୋଜାଲିକା ଗିରି, ରେଖା ରାଣୀ ମହାକୁଡ଼, ଅଲିଭାଜ୍ୟୋତି ମହାପାତ୍ର, ତପସ୍ୱିନୀ ସାହୁ, ଇନ୍ଦୁଲତା ପତି,ଅଫିସ ସହାୟକ ପଦ୍ମାବତୀ ମହାନ୍ତ,ଛାତ୍ରୀ ନିବାସର ମେଟ୍ରୋନ ସୁକାନ୍ତୀ ମହାନ୍ତ,ଛାତ୍ରୀ ନିବାସର ସହାୟିକା ସାବିତ୍ରୀ ନାଏକ ଓ ବାରି ସିଂ,ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ, ଆଲୁମିନି କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l


