ଜାଗୁଆର ଏକ୍ସଇର ବଜାର ପ୍ରବେଶ

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଜାଗୁଆର ଏକ୍ସଇ ଡାଇନାମିକ୍ ଏଡିସନ୍‌ର ବଜାର ପ୍ରବେଶ କରାଯାଇଛି । ଏହାର ଦକ୍ଷତା, ପ୍ରଦର୍ଶନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେବ । ଏହାର ମୂଲ୍ୟ ୪୪.୯୮ ଲକ୍ଷ ଟଙ୍କା ରହିଛି । ଏହା ୨୦୨୦ ପାଇଁ ମଡେଲ ଅଫ୍ ଦି ଇୟର ସାବ୍ୟସ୍ତ ହେବ । ଏଥିରେ ସମ୍ମୁଖ ଏବଂ ପଛ ବମ୍ପର ପୁଲ୍ ଏଲଇଡି ହେଡ୍ ଲାଇଟ୍‌, ଏଚଆଇ-ଲାଇନ୍ ଟେଲ୍ ଲାଇଟ୍‌, ୨୫.୪ ସେମି ଟଚ୍ ପଏଂଟ୍ ସ୍ମାର୍ଟଫୋନ୍ ପ୍ୟାକ୍ ସହିତ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ କାର୍ ପ୍ଲେ, ୱେରଲେସ୍ ଡିଭାଇସ୍ ଚାର୍ଜିଂ, ଏୟାର କ୍ୱାଲିଟି ସେନସର, କନେକ୍ଟେଡ୍ ନାଭିଗେଶନ୍ ପ୍ରୋ, ସ୍ମାର୍ଟ ସେଟିଂ, ଏଆଇ ଡ୍ରାଇଭର୍ ସିଟ୍‌, ମିରର୍‌, ଅଡିଓ ଏବଂ କ୍ଳାଇମେଟ୍ ସେଟିଂ, ୱାଇ-ଫାଇ ହଟ୍ ସ୍ପଟ୍ ଏବଂ ପ୍ରୋ ସର୍ଭିସ ଆଦି ସୁବିଧା ରହିଛି । ଏହା ୨.୦୧ ଲିଟରରେ ଉପଲବ୍ଧ ହେଉଛି । ଏହା ଏସ୍ ଏବଂ ଏସ୍‌ଇ ମଡେଲରେ ମିଳୁଛି । ଏହାର ୧୮୪ କିଲୋୱାଟ୍ ଇଞ୍ଜେନିୟମ୍ ଟ୍ରୁବୋ ଚାର୍ଜଡ୍ ପେଟ୍ରୋଲ୍ ପାୱାର ଏବଂ ୧୩୨ କିଲୋୱାଟ୍ ଇଞ୍ଜେନିୟମ୍ ଟ୍ରୁବୋ ଚାର୍ଜଡ୍ ଡିଜେଲ୍ ପାୱାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ