ଜାଗୁଆର ପକ୍ଷରୁ ନୂଆ ଜାଗୁଆର୍ ଡିଜାଇନିଂ ଷ୍ଟୁଡିଓ ସ୍ଥାପିତ

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ୟୁକେର ୱାର ୱିକ୍ଶାଇରେର ଗେଡନ୍ଠାରେ ନୂଆ ଜାଗୁଆର ଡିଜାଇନିଂ ଷ୍ଟୁଡ଼ିଓ ଡିଜାଇନିଂ ନିର୍ଦ୍ଦେଶକ ଜୁଲିଆନ୍ ଥମ୍ସନ୍ଙ୍କ ଦ୍ୱାରା ସ୍ଥାପିତ ହୋଇଛି । ଏହା ସହରର କେନ୍ଦ୍ର ସ୍ଥଳରେ ନିର୍ମିତ ହୋଇଛି । ଏଠାରେ କ୍ରିଏଟିଭ୍ ଇଞଜିନିୟରିଂ ଦଳ କାର୍ଯ୍ୟ କରୁଛନ୍ତି । ଏଠାରେ ୬ଟି ପ୍ରମୁଖ ଡିଜାଇନିଂ ଟିମ୍ ସହିତ ଇଂଟରିୟର ଏବଂ ଏକ୍ସଟରିୟର ଡଜାଇନିଂ ଟିମ୍ ରହିଛନ୍ତି । ଏଠାରେ ଭଚ୍ୟୁଆଲ୍ ରିୟଲିଟି ତଥା ୧୧-ଏମ୍ ୪କେ ଡିଜିଟାଲ ଡିସ୍ପ୍ଲେ ୱାଲ ରହିଛି । ଏଥିରେ ୨୦ ଫୁଲ୍ ସାଇଜ୍ କ୍ଲେ ମଡେଲ ରହିବ । ୩୩% ଫ୍ଲୋରରେ ପ୍ରଦର୍ଶିତ ହେବ । ଜାଗୁଆରର ୮୪ ବର୍ଷର ଇତହାସରେ ପ୍ରଥମ କରି ଏଭଳି ଡିଜାଇନିଂ ଷ୍ଟୁଡିଓ ସ୍ଥାପିତ ହୋଇଛି । ୨୮୦ଟି ଟିମ୍ ଏଠାରେ ନିଜର କାର୍ଯ୍ୟ ସମ୍ପାଦନ କରିବେ । ଷ୍ଟୁଡିଓ ୧୨୦୦୦ ବର୍ଗ ମିଟର ଅଂଚଳରେ ପରିବ୍ୟାପ୍ତ । ଏହି ଅବସରରେ ଜାଗୁଆର ଡିଜାଇନିଂ ନିର୍ଦ୍ଦେଶକ ଜୁଲିଆନ୍ ଥମ୍ସନ୍ କହିଲେ, “ ଜାଗୁଆରର ଏକ ଅନନ୍ୟ ଇତିହାସ ରହିଛି । ଏହାକୁ ଆଧାର କରି ଆମେ କାରବାର ଜାରି ରଖିଛୁ । ଜାଗୁଆର ପ୍ରତିଷ୍ଠାତା ସାର୍ ୱିଲିୟମ୍ ଲୟନ୍ସଙ୍କ ଦ୍ୱାରା କରାଯାଇଥିବା ଡିଜାଇନିଂ କୁ ଦୃଷ୍ଟିରେ ରଖି ଆମେ ଶ୍ରେଷ୍ଠତମ କାର୍ ଆମର ଗ୍ରାହକଙ୍କୁ ଉପଲବ୍ଦ କରାଇବାକୁ ପ୍ରୟାସ ଜାରି ରଖିଛୁ । ସେଥି ପାଇଁ ଆମେ ଲଗାତାର ନବୀକରଣ ଏବଂ ସୃଜନଶୀଳତାକୁ ଗୁରୁତ୍ୱ ଦେଇଥାଉ । ମୁଖ୍ୟ ଷ୍ଟୁଡିଓ ଗୁଡ଼ିକ ଷ୍ଟିଡିଓ-୩ ଓ ଷ୍ଟୁଡିଓ-୪ ଭାବେ ନାମିତ ହୋଇଛି । ଏଠାରେ ୧୯୫୭ ଏବଂ ୧୯୫୬ ଜାଗୁଆର ଡି-ଟାଇପ୍ ରହିଛି । ଜାଗୁଆର ପ୍ରତିଷ୍ଠାତା ସାର୍ ୱିଲିୟମ୍ ଲୟନ୍ସଙ୍କ ସମେତ ଡିଜାଇନର୍ ଜିଓଫ୍ ଲସନ୍ ଏବଂ ଅଭିନେତା ଷ୍ଟିଭ୍ ମ୍ୟାକ୍କୁଇନ୍ଙ୍କ ଡିଜାଇନିଂ ରହିଛି । ଷ୍ଟିଡିଓ-୩ ଓ ଷ୍ଟୁଡିଓ-୪ରେ ୧୦ଟି ୨୦ ମିଟର ଲମ୍ବ କ୍ଲେ ମଡେଲ୍ ରହିଛି । ଏହାର ଲୋଡ୍ କ୍ଷମତା ୪.୫ ଟନ୍ ରହିଛି । ସେହିପରି ଫ୍ଲୋରରେ ୩+୨ ଆକ୍ସିସ୍ କୋଲବ୍ ମଡେଲ ରହିଛି । ଏହି ଅବସରରେ ଜାଗୁଆର ଇଂଟରିୟର ଡିଜାଇନିଂ ନିର୍ଦ୍ଦେଶକ ଆଲିଷ୍ଟର ହ୍ୱିଲାନ୍ କହିଲେ, “ଏହି ଷ୍ଟୁଡିଓ ଜାଗୁଆର ପାଇଁ ବେଶ୍ ଉପଯୋଗ ୀସାବ୍ୟସ୍ତ ହେବ । ଷ୍ଟୁଡିଓ-୪ ଉତର ଦିଗକୁ ମୁହଁ କରିଥିବାବେଳେ ଏଡାରେ ସହଜରେ ଆଲୋକ ପ୍ରବେଶ କରିପାରିବ । ଫଳରେ ପ୍ରଦର୍ଶିତ ମଧେଲ୍ ଗୁହିକ ସହଜରେ ଦୃଶ୍ୟମାନ ହେବ । ଏଠାରେ ୯୦୬ ବର୍ଗ ମିଟର ଅଂଚଳରେ ଆଲୋକର ବ୍ୟବସ୍ଥା ରହିଛି । ଏଠାରେ ଆମ୍ପିଥିଏଟର ଭଳି ନିର୍ମାଣ କାର୍ଯ୍ୟ ହୋଇଛି । ଏଠାରେ ବସି ଗ୍ରାହକ ସହଜରେ ୩-ଟି ଆନିମେସନ୍ ଦେଖିପାରିବେ । ଜାଗୁଆର ପ୍ରିଂଟ୍ ଇ-ପେସ୍ ସେଂଟରରେ ଉପଲବ୍ଧ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ