ଜାଗୁଆର ପକ୍ଷରୁ ରେଞ୍ଜ୍ ରୋଭର୍ ଭେଲାର୍ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ, (ଯୁଗାଦ୍ଦ ନ୍ୟୁଜ): ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ରେଞ୍ଜ୍ ରୋଭର ଭେଲାର୍ର ବିକ୍ରି ଆରମ୍ଭ ହୋଇଛି । ଏହାର ମୂଲ୍ୟ ୭୨.୪୭ ଲକ୍ଷ ଟଙ୍କା ରହିଛି । ଏହା ୨.୦୧ ପେଟ୍ରୋଲ ତଥା ୧୮୪ କିଲୋୱାଟ୍ ଓ ୨.୦୧ ଡିଜେଲ ଏବଂ ୧୩୨ କିଲୋୱାଟ୍ ଭ୍ୟାରିଆଣ୍ଟ୍ରେ ଉପଲବ୍ଧ । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଛନ୍ତି ଯେ ଶ୍ରେଷ୍ଠ ବ୍ରିଟିଶ୍ ଡିଜାଇନିଂ ତଥା ବିଳାସପୂର୍ଣ୍ଣ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି । ୨୦୧୮ରେ ଏହାର ବଜାର ପ୍ରବେଶ ପରଠାରୁ ଗ୍ରାହକଙ୍କ ମଧ୍ୟରେ ଏହା ବେଶ୍ ଆଦୃତ ହୋଇଥିଲା । ଏଥିରେ ଟଚ୍ ପ୍ରୋ ଡ୍ୟୁ, ଆକ୍ଟିଭିଟି କଣ୍ଟ୍ରୋଲ, ମେରିଡିଆନ୍ ସାଉଣ୍ଡ ସିଷ୍ଟମ୍, ଜୋନ୍ କ୍ଲାଇମେଟିକ୍ କଣ୍ଟ୍ରୋଲ, ଆକ୍ଟିଭିଟି କି, ଅଲ୍ ଟେରାନ୍ ପ୍ରୋଗେସ୍ କଣ୍ଟ୍ରୋଲ୍ ସିଷ୍ଟମ୍ ଓ ଏଲ୍ଇଡି ହେଡ଼୍ ଲାଇଟ୍ ଆଦି ବୈଶିଷ୍ଟ୍ୟ ରହିଛି । ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୪.୬୮ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୨.୦୬ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଅଲ ନିୟୁ ଡିସକଭର ମୂଲ୍ୟ ୭୬.୯୪ ଲକ୍ଷରୁ ଓ ନିୟୁ ରେଞ୍ଜ ରୋଭର ଭେଲାର ମୂଲ୍ୟ ୭୨.୪୭ ଲକ୍ଷ ଟଙ୍କାରୁ ଆରମ୍ଭ । ରେଞ୍ଜ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୧୦୩.୭୪ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭର ମୂଲ୍ୟ ୧୮୧.୮୬ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଜାଗୁଆର ଲ୍ୟାଣ୍ଡ ରୋଭର ଯାନଗୁଡିକ ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବାଙ୍ଗାଲୁର୍, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକତା, କୋଚି, କର୍ନାଲ, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନାଗପୁର, ନୋଏଡା, ପୁନେ, ରାଏପୁର, ବିଜୟୱାଡା ଓ ସୁରାଟ ଆଦି ୨୬ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍ରେ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ