ଜାଗୁଆର ଲ୍ୟାଣ୍ଡ୍ ରୋଭର ପକ୍ଷରୁ ନୂଆ ଡିସକଭରୀ ସ୍ପୋର୍ଟସ୍‌ର ବଜାର ପ୍ରବେଶ

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଏହାର ନୂତନ ଉତ୍ପାଦ ମଡେଲ ଲ୍ୟାଣ୍ଡ ରୋଭର ଡିସକଭରୀ ସ୍ପୋର୍ଟସ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ଦକ୍ଷତା, ପ୍ରଦର୍ଶନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେବ । ଏଥିରେ ଆକର୍ଷଣୀୟ ଆଭ୍ୟନ୍ତରୀଣ ଡିଜାଇନିଂ, ସୁନ୍ଦର ବାହ୍ୟ ନିର୍ମାଣ ଶୈଳୀ, ଅଲ୍ ନିୟୁ ପ୍ରିମିୟମ୍ ଏଲଇଡି ଲାଇଟ୍‌, ପଛ ଏଲଇଡି ଲାଇଟ୍ ଏବଂ ଆନିମେଟେଡ୍ ଡିରେକ୍ସନାଲ ଇଣ୍ଡିକେଟର, ୫+୨ ସିଟ୍‌, ୨୬.୦୮ ସେମି ଟଚ୍ ପ୍ରୋ ସ୍କ୍ରିନ୍ ସହିତ ଆପଲ୍ କାର୍ ପ୍ଲେ, ଆଣ୍ଡ୍ରଏଡ୍ ଅଟୋ, ରିୟର ଭିୟୁ ମିରର୍‌, ୩୧.୨୪ ସେମି ଇଂଟ୍ରାକ୍ଟିଭ୍ ଡ୍ରାଇଭର ଡିସ୍‌ପ୍ଲେ, ୱେରଲେସ୍ ଚାର୍ଜିଂ, ୪ଜି- ୱାଇ-ଫାଇ ହଟ୍ ସ୍ପଟ୍‌, ବିଏସ୍‌-୬ ଇଞ୍ଜିନିୟମ୍ ପାୱାର ଟ୍ରେନ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହା ୨.୦.୧ ଲିଟର ଟ୍ରୁବୋ ଚାର୍ଜଡ୍ ପେଟ୍ରୋଲ, ୪୮ ଭୋଲ୍ଟ୍ ମିଲ୍ଡ୍ ହାଇବ୍ରିଡ୍ ସିଷ୍ଟମ୍‌, ୧୮୩ କିଲୋୱାଟ ଇଞ୍ଜିନ୍ ତଥା ୩୬୫ ଏନ୍‌ଏମ୍ ଟର୍କ ଏବଂ ୨.୦.୧ ଡିଜେଲ୍ ଇଞ୍ଜିନ୍‌, ୧୩୨ କିଲୋୱାର୍ଟ ଇଞ୍ଜିନ୍ ଏବଂ ୪୩୦ ଏନ୍‌ଏମ୍ ଟର୍କ ଆଦି ମଡେଲ୍‌ରେ ଉପଲବ୍ଧ ହେଉଛି । ଏହାର ହ୍ୱିଲ୍ ମଧ୍ୟରେ ୬୦୦ ମିମିର ଦୂରତା ରହିଛି । ଏହାର ଏସ୍ ମଡେଲର ମୂଲ୍ୟ ୫୭.୦୬ ଲକ୍ଷ ଟଙ୍କା ରହିଛି । ସେହିପରି ଏହାର ଆର୍‌-ଡାଇନାମିକ୍ ଏସ୍‌ଇ ମଡେଲର ମୂଲ୍ୟ ୬୦.୮୯ଲକ୍ଷ ଟଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ