ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ବୈଦ୍ୟୁତିକ ଉତ୍ପାଦର ଶୁଭାରମ୍ଭ
ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ୨୦୧୯ରେ ଏହାର ବୈଦ୍ୟୁତିକ ଉତ୍ପାଦର ଶୁଭାରମ୍ଭ କରାଯାଇଛି । ୨୦୧୯ ଶେଷ ସୁଦ୍ଧା କମ୍ପାନୀ ହାଇବ୍ରିଡ୍ ଉତ୍ପାଦର ବଜାର ପ୍ରବେଶ ଲକ୍ଷ୍ୟ ରଖିଛି । ୨୦୨୦ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଜାଗୁଆର ଆଇ-ପେସ୍ ବ୍ୟାଟେରୀ ଇଲେକ୍ଟ୍ରିକ୍ ଯାନ ଭାରତୀୟ ବଜାର ପ୍ରବେଶ କରାଇବା ପାଇଁ କମ୍ପାନୀ ପକ୍ଷରୁ ଯୋଜନା କରାଯାଇଛି । ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ୍ ମଧ୍ୟର ଏକ୍ସଇର ମୂଲ୍ୟ ୪୦.୬୧ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍ର ମୂଲ୍ୟ ୪୯.୭୮ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଏଫ୍-ପେସ୍ର ମୂଲ୍ୟ ୬୪.୬୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏକ୍ସଜେର ମୂଲ୍ୟ ୧୧୧.୩୦ ଲକ୍ଷ ଟଙ୍କା, ଏଫ୍-ଟାଇପ୍ ମୂଲ୍ୟ ୯୦.୯୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ସେହିପରି ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୪.୬୮ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୨.୦୬ ଲକ୍ଷରୁ ଆରମ୍ଭ ହେଉଛି ।