ଜାଗୁଆର ଲ୍ୟାଣ୍ଡ ରୋଭର ଲାଇଫଷ୍ଟାଇଲ ସଂଗ୍ରହ ଏବେଅନଲାଇନରେ ଉପଲବ୍ଧ
“ଜାଗୁଆର ଏଣ୍ଡ ଲ୍ୟାଣ୍ଡ୍ ରୋଭର କଲେକ୍ସନ ର ଅନଲାଇନ ବିକ୍ରୟ ଆରମ୍ଭ ହେବାଠାରୁ ଏହି ଦୁଇ ପ୍ରତିଷ୍ଠିତ ବ୍ରାଣ୍ଡ ର ଗ୍ରାହକ ଓ ପ୍ରଶଂସକ ମାନେ ନିଜ ସୁବିଧାରେ ଅର୍ଡର କରିବାର ସୁଯୋଗ ପାଇ ପାରୁଛନ୍ତି । ଏହା ବ୍ରିଟିଶ ଡିଜାଇନ ଓ କାରିଗରୀରେ ଆକର୍ଷିତ କରୁଅଛି ।” ରୋହିତ ସୁରୀ, ପରିଚାଳନା ନିର୍ଦ୍ଦେଶକ ଓ ଅଧ୍ୟକ୍ଷ, ଜାଗୁଆର ଲ୍ୟାଣ୍ଡ୍ ରୋଭର ଇଣ୍ଡିଆ । ପୁରୁଷ କଲେକ୍ସନ ପୁରୁଷ ବର୍ଗରେ ବ୍ରାଣ୍ଡେଡ ଜାକେଟ, ପୋଲୋ ଟି-ସାର୍ଟ ଏବଂ ଟୋପି ମହିଳା କଲେକ୍ସନ ମହିଳାମାନେ ଆଧୁନିକ ଓ ଫ୍ୟାସନେବଲ ପୋଲୋ ଓ ଟି-ସାର୍ଟ ମଧ୍ୟରୁ ଚୟନ କରିପାରିବେ । ଟାଇମପିସେସ ବ୍ରିଟିଶ କାରୀଗରୀ ଓ ଡିଜାଇନ ଉଦାହରଣରେ ଭରା ଏହି ବ୍ରାଣ୍ଡର ଟାଇମ ପିସେସ ଅତି ଆକର୍ଷଣୀୟ କିଡ୍ସ ୍ ୱାର୍ଲ୍ଡ ଜାଗୁଆର ଜୁନିୟରସ ଏବଂ ଚିଲଡ୍ରେନ୍ସ ୱାର୍ଲ୍ଡ ର ପୋଷାକ ଓ ପୁସ୍ତକ ଉତ୍ପାଦ ଗୁଡିକ କୋମଳମତି ପିଲାଙ୍କ
ପାଇଁ ଉଦ୍ଧିଷ୍ଟ । କର୍ପୋରେଟ ଏବଂ ଲିଜର ଟ୍ରାଭେଲ ଉଭୟ ବ୍ରାଣ୍ଡର ଉତ୍ପାଦ ଗୁଡିକ ମଧ୍ୟରେ ଚମଡା ବ୍ରିଫକେଶ, ୱିକେଣ୍ଡ ର ବ୍ୟାଗ ଏବଂ ସୁଟକେସ ସାମିଲ ହେରିଟେଜ କଲେକ୍ସନ ହେରିଟେଜ କଲେକ୍ସନ ରେ ଉଭୟ ବ୍ରାଣ୍ଡରେ ଏପରି କିଛି ଅଛି ଯାହା ନିଜର ଅନନ୍ୟତା ଦୃଷ୍ଟିରୁ ଆକର୍ଷିତ କରିପାରେ । ଗିଫ୍ଟ ଏବଂ ଲାଇଫଷ୍ଟାଇଲ ଗିଫ୍ଟ ଏବଂ ଲାଇଫଷ୍ଟାଇଲ କଲେକ୍ସନ ରେ ଲ୍ୟାଣ୍ଡ୍ ରୋଭର ଡିଫେଣ୍ଡର ମଲ୍ଟି ଟୁଲ, ଟ୍ରାଭେଲ ମଗ, ପରିବେଶ ଅନୁକୁଳ କ୍ୟାନଭ୍ୟାସ ଟୋଟେ ବ୍ୟାଗ, ଫୋନ କେସ ଏବଂ ଡିଜାଇନର ଲେଖନି ଉପକରଣ । ଉପହାର ପାଇଁ ଗ୍ରହକ ମାନେ ମାତ୍ର ୫୦୦ ଟଙ୍କା ରୁ ଆରମ୍ଭ ବିଭିନ୍ନ ଫ୍ୟାସନେବଲ ଉତ୍ପାଦ ମଧ୍ୟରୁ ଚୟନ କରିପାରିବେ । ଜାଗୁଆର ଉତ୍ପାଦ ଭାରତରେ ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ୍ ମଧ୍ୟରେ ଏକ୍ସଇର ମୂଲ୍ୟ ୪୪.୯୮ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍ର ମୂଲ୍ୟ ୪୯.୭୮ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଏଫ୍-ପେସ୍ର ମୂଲ୍ୟ ୬୩.୭୮ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏକ୍ସଜେର ମୂଲ୍ୟ ୧୧୧.୩୦ ଲକ୍ଷ ଟଙ୍କା, ଏଫ୍-ଟାଇପ୍ ମୂଲ୍ୟ ୯୦.୯୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।


