ଜାଗୃତି ଜୁମ୍ବା ଏବଂ ଫିଟ୍ନେସ ପଏଣ୍ଟ ଉଦ୍ଘାଟିତ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ଜାଗୃତି ଆର୍ଟ ଏବଂ କଲଚର ଅନୁଷ୍ଠାନ ତରଫରୁ ସୋମବାର ଦିନ ଜାଗୃତି ଜୁମ୍ବା ଓ ଫିଟ୍ନେସ ପଏଣ୍ଟ ଉଦ୍ଘାଟିତ ହୋଇଯାଇଛି । ଦୁର୍ନୀତି ନିବାରଣ ଅଧିକ୍ଷକ ଶାନ୍ତନୁ କୁମାର ପାଢ଼ୀ ଏବଂ ଆନ୍ତର୍ଜାତିକ ଭାରତ୍ତୋଳକ କେ. ରବି କୁମାର ଯୋଗଦେଇ ଉଦ୍ଘାଟନ କରିଥିଲେ । ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ ବ୍ୟାଙ୍କ କଲୋନୀ ୫ମ ଗଳି (ଟାୱାର ଲାଇନ୍)ରେ ଏକବଡ଼ଧରଣର କୋଠାରେ ଶୀତତାପ ନିୟନ୍ତ୍ରଣ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହି ଫିଟ୍ନେସ ପଏଣ୍ଟ ଖୋଲିଛି । କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ହିଁ ସଂପଦ । ନିଜକୁ ଫିଟ୍ ରଖିପାରିଲେ ହିଁ ନିଜର ଇମ୍ୟୁନିଟି ବଢ଼ିବା ସହ ଆଗକୁ ରୋଗ ସହିତ ଲଢ଼ିବାର ଶକ୍ତି ମିଳିବ । ଏହି ପଏଣ୍ଟରେ ଅତ୍ୟାଧୁନିକ ମେସିନ୍ ଲଗାଯାଇଛି । ଯାହାଦ୍ୱାରା ନିଜର ଫିଟ୍ନେସ୍ ଅତିଶୀଘ୍ର ଏବଂ ଆରାମରେ ବଢ଼ାଇ ଯାଇପାରିବ । କରୋନା କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାସ୍କ, ଗ୍ଲୋବସ୍, ସାମାଜିକ ଦୂରତା ରକ୍ଷା କରି ଏହା ତାହାର ସେବା ଯୋଗଇଦେବ । ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଅଲଗା ସମୟ ନିର୍ଘଣ୍ଟରେ ଏହା କାର୍ଯ୍ୟ କରିବ ବୋଲି ମୁଖ୍ୟ ବ୍ୟବସ୍ଥାପକ ହେମାଙ୍ଗ ପ୍ରସାଦ ରାଉଳ ଏବଂ ସଂପାଦିକା ରଶ୍ମିତା ପଣ୍ଡା କହିଛନ୍ତି । ଉଦ୍ଘାଟନ ସମାରୋହରେ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଲଳିତ ମଙ୍ଗରାଜ, ସମାଜସେବୀ ଭୀମ ଦଳେଇ, ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ସୁଦୀପ ସାହୁ, ବିଶ୍ୱନାଥ ମାରଣାଙ୍କ ସହ ବହୁ ସାମ୍ବାଦିକ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଟ୍ରେନର ଭାବେ ଏମ୍. ସୁରେଶ କୁମାର, ପ୍ରେମ, କିରଣ ବେହେରା ଫିଟ୍ନେସ ପଏଣ୍ଟର କାର୍ଯ୍ୟ ପରିଚାଳନା କରିବେ ।