ଜାଗେଶ୍ୱରୀ ସୋସାଇଟି ସଭାପତି ଭାବେ ରଶ୍ମି ସ୍ୱାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ

ନିମାପଡ଼ା (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମପଞ୍ଚାୟତର ଜାଗେଶ୍ୱରି ସେବା ସମବାୟ ସମିତିର ସଭାପତି ଭାବେ ଯୁବନେତା ତଥା ସଂଗଠକ ରଶ୍ମୀ ରଞ୍ଜନ ସ୍ୱାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟଯେ ଗତ ଜୁନ ମାସ ୨୬ ତାରିଖରେ ସେବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ କୁରୁଜଙ୍ଗ ଗ୍ରାମପଞ୍ଚାୟତ ସ୍ଥିତ ଜାଗେଶ୍ୱରୀ ସେବା ସମବାୟ ସମିତିର ୧୫ଗୋଟି ଜୋନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବିଜେଡ଼ି ସମର୍ଥିତ ୧୫ଜଣ ବୋର୍ଡ ମେମ୍ବର ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ କୁରୁଜଙ୍ଗ ଗ୍ରାମପଞ୍ଚାୟତର ଯୁବ ସଂଗଠକ ତଥା ସାମାଜିକ କର୍ମୀ ରଶ୍ମୀ ରଞ୍ଜନ ସ୍ୱାଇଁ ଏକମାତ୍ର ପ୍ରାର୍ଥୀଭାବେ ଜାଗେଶ୍ଵରୀ ସେବା ସମବାୟ ସମିତିର ସଭାପତି ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ସମୟ ମଧ୍ୟରେ କୌଣସି ପ୍ରତିଦ୍ୱନ୍ଦି ତାଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ ନ କରିବାରୁ ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀ ଶ୍ରୀ ସ୍ୱାଇଁଙ୍କୁ ସେବା ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ଘୋଷଣା କରିଛନ୍ତି । ଶ୍ରୀ ସ୍ଵାଇଁ ସଭାପତି ନିର୍ବାଚିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରେ ସ୍ୱାଗତର ସୁଅ ଛୁଟିବାରେ ଲାଗିଛି । ଆଗାମୀ ଦିନରେ ବିଜେଡ଼ି ସଂଗଠନ ଓ କୃଷକ ସଂଗଠନ ସୁଦୃଢ କରିବା ନିମନ୍ତେ ନବ ନିର୍ବାଚିତ ସଭାପତି ଶ୍ରୀ ସ୍ଵାଇଁ ସମସ୍ତ ନେତୃବୃନ୍ଦ ମାନଙ୍କ ସହଯୋଗ କାମନା କରିଛନ୍ତି । ସେ ଜଣେ ସ୍ୱଚ୍ଛ, ସରଳ ଓ ଦକ୍ଷ ଯୁବ ସଙ୍ଗଠକ ହୋଇଥିବାରୁ ପୁରୀ ଜିଲ୍ଲା ସମବାୟ ସମିତି ସଭାପତି ହେବା ପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ