ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ : ୯୦ ବୟସ ରେ ବି ଖାଲି ଆଖି ରେ ପେପର ପଢ଼ି ପାରୁଛନ୍ତି

ନିମାପଡ଼ା, (ସନ୍ତୋଷ ଦାଶ) :-କଥା ରେ ଅଛି ଇଚ୍ଛାଶକ୍ତି ଥିଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୁଏ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ବାଲୁ ଙ୍କ ଗ୍ରାମ ରେ । ଏହି ଗ୍ରାମ ର ପ୍ରମିଳା ମହାନ୍ତି ଗାଁ ରେ ଛୋଟ ଦୋକାନ ଟିଏ କରିଛନ୍ତି। ପାନ, ଚକୋଲେଟ, ଖେଳନା, ଓ ଗୃହ ଉପଯୋଗୀ ସାମଗ୍ରୀ ସେ ଦୋକାନ ରେ ବିକ୍ରୀ କରି ନିଜପରିବାର ଚଳାଇ ଆସୁଛନ୍ତି । ଏବେ ପୁଅ ମାନେ ବଡ଼ ହୋଇ ସଂସାର କଲେଣି। ନିଜ ପରିବାର ନିଜେ ଚଳାଇଲେଣି। ପ୍ରମିଳା ଙ୍କୁ ଏବେ ୯୦ ଛୁଇଁଲାଣି । ନିଜର ଇଚ୍ଛା ଶକ୍ତି ବଳରେ ସେ ନିଜ କାମ ନିଜେ କରୁଛନ୍ତି। ଏପରିକି ଖାଲି ଆଖିରେ ଖବରକାଗଜ ପଢ଼ି ପାରୁଛନ୍ତି। ନିଜ ଶକ୍ତି ଓ ସାମର୍ଥ୍ୟ ଅନୁସାରେ ନିଜ କାମ ନିଜେ କରିବା ଉଚିତ, କାହାରି ଉପରେ ବୋଝ ହେବା ଉଚିତ ନୁହେଁ ବୋଲି ପ୍ରମିଳା କହିଥିବାବେଳେ ସବୁଦିନ ପେପର ପଢ଼ି ଦୁନିଆ ବିଷୟରେ ବିଭିନ୍ନ କଥା ଜାଣି ପାରୁଛନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ