ଜାଣନ୍ତୁ ଆଜୀବନ କାରାଦଣ୍ଡ ସମ୍ପର୍କରେ

ବିଭିନ୍ନ ପ୍ରକାର ଦୋଷ ବା ଅପରାଧ ଲାଗି ଭାରତୀୟ ଦଣ୍ଡବିଧି ସଂହିତା ବା ଇଣ୍ଡିଆନ୍ ପେନାଲ୍ କୋଡ୍‌ରେ ଦଣ୍ଡର ବ୍ୟବସ୍ଥା ରହିଛି । ବିଭିନ୍ନ ନ୍ୟାୟାଳୟରେ ବିଚାର କରି ଦୋଷୀମାନଙ୍କୁ ଦଣ୍ଡ ଦିଆଯାଇଥାଏ । ବିଭିନ୍ନ ଦୋଷ ଲାଗି ଭିନ୍ନ ଭିନ୍ନ ଦଣ୍ଡ ବ୍ୟବସ୍ଥା ରହିଛି । ତାହା ମଧ୍ୟରୁ ଗୋଟିଏ ହେଉଛି ଆଜୀବନ କାରାଦଣ୍ଡ । ଏହାର ଅର୍ଥ ହେଉଛି ଜୀବନସାରା ଜେଲଦଣ୍ଡ । କିନ୍ତୁ ଆପଣ ଅନେକ ଥର ଦେଖିଥିବେ ଯେଉଁମାନେ ଆଜୀବନ କାରାଦଣ୍ଡ ଭୋଗନ୍ତି ସେମାନେ ୧୪ବର୍ଷ ପରେ ଜେଲରୁ ଖସି ଯାଆନ୍ତି । ଆଜୀବନ କାରାଦଣ୍ଡର ଅର୍ଥ ହିଁ ହେଉଛି କଏଦୀ ନିଜର ପୂରା ଜୀବନ ଜେଲ ଦଣ୍ଡ ଭୋଗ କରିବ । ଭାରତର ସମ୍ବିଧାନରେ ଏପରି କେଉଁଠି ଲେଖାଯାଇନାହିଁ ଯେ, ଆଜୀବନର କାରାଦଣ୍ଡର ଅର୍ଥ ୧୪ବର୍ଷ ଜେଲ୍ ଦଣ୍ଡ । ଅଦାଲତ ଅପରାଧୀର ଦୋଷ ଅନୁସାରେ ଦଣ୍ଡ ଶୁଣାଇଥାଆନ୍ତି । ମାନ୍ୟବର ସୁପ୍ରିମକୋର୍ଟ ୨୦୧୨ମସିହାରେ ପରିଷ୍କାର ଭାବେ କହିଛନ୍ତି ଯେ, ଆଜୀବନ ଜେଲଦଣ୍ଡର ଅର୍ଥ ଜୀବନ ସାରା ଜେଲଦଣ୍ଡ । କିନ୍ତୁ ଅନେକ ଲୋକ ଏହା ଜାଣି ନଥିବେ ଯେ ଏହି ଦଣ୍ଡ ଉପରେ ରାଜ୍ୟ ସରକାର ମୋହର ଲଗାଇଥାଆନ୍ତି । ସିଆରପିସି ଧାରା -୪୩୩ ଏ ଅନୁସାରେ ଭାରତୀୟ ସମ୍ବିଧାନରେ ରାଜ୍ୟ ସରକାରଙ୍କ ଏହି ଅଧିକାର ରହିଛି ଯେ ସେ ଅପରାଧୀଙ୍କ ଦଣ୍ଡ କମ୍ କିମ୍ବା ବେଶି କରିପାରିବେ । କିନ୍ତୁ ସମ୍ବିଧାନ ଅନୁସାରେ ଆଜୀବନ କାରାଦଣ୍ଡ କେବେ ବି ୧୪ବର୍ଷରୁ ଅଧିକ ହୋଇପାରିବ । କିନ୍ତୁ ତା’ଠୁ କମ୍ ହୋଇପାରିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ