ଜାଣନ୍ତୁ ‘ବମ୍ବେ ବ୍ଲଡ୍ ଟାଇପ୍’ ସମ୍ପର୍କରେ

୧୯୫୨ ମସିହାରେ ଜଣେ ରେଳବାଇ କର୍ମଚାରୀ ଶାରୀରିକ ଆଘାତ ପାଇ ଚିକିତ୍ସିତ ହେବା ଲାଗି ସେଠ୍ ଗୋବର୍ଦ୍ଧନ ଦାସ ସୁନ୍ଦର ଦାସ ମେଡିକାଲ୍ କଲେଜକୁ ଗଲେ । ତାଙ୍କ ପାଇଁ ରକ୍ତ ଆବଶ୍ୟକ ହେଲା । ଡାକ୍ତରମାନେ ବିଭିନ୍ନ ଶ୍ରେଣୀର ରକ୍ତ ତାଙ୍କ ଦେହରେ ମ୍ୟାଚ୍ କରିବା ପାଇଁ ଚେଷ୍ଟା କରିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ କୌଣସି ବି ବ୍ଲଡ୍ ଗ୍ରୁପର ରକ୍ତ ତାଙ୍କ ଦେହର ରକ୍ତ ସହିତ ମିଶି ନଥିଲା । ପ୍ରାୟ ୧୯୦ ଜଣ ରକ୍ତଦାତାଙ୍କ ରକ୍ତ ନମୁନାକୁ ମ୍ୟାଚ୍ କରାଯିବା ପରେ ବି ଅଚଳାବସ୍ଥା ଜାରି ରହିଲା ।
ଏହାପରେ ଡାକ୍ତର ଓ ରକ୍ତଦାତାଙ୍କ ମିଳିତ ପ୍ରୟାସରେ ଏଭଳି ଜଣେ ଲୋକଙ୍କୁ ଖାଜି ବାହାର କରାଗଲା, ଯାହାଙ୍କ ରକ୍ତ କିନ୍ତୁ ପୀଡ଼ିତ ରେଳ କର୍ମଚାରୀଙ୍କ ରକ୍ତ ସହିତ ମିଶିଲା । ଉକ୍ତ ରକ୍ତଦାତାଙ୍କ ଘର ମୁମ୍ବାଇରେ । ଉକ୍ତ ବ୍ୟକ୍ତିଙ୍କର ରକ୍ତର ନମୁନା ଏକଦମ୍ ଭିନ୍ନ ଏବଂ ବିରଳ ଥିଲା । ସେହି ବ୍ଲଡ୍ ଗ୍ରୁପ୍କୁ ବମ୍ବେ ବା ମୁମ୍ବାଇ ନାମରେ ନାମିତ କରି “ବମ୍ବେ ବ୍ଲଡ୍ ଟାଇପ୍’ରଖିଲେ । ଏକ ଆକଳନରୁ ଜଣାଯାଇଇଛି ଯେ,ବମ୍ବେରେ ପ୍ରତି ୧୦ ହଜାର ଲୋକଙ୍କ ଭିତରୁ ଜଣେ ଲୋକ ଏହି ବ୍ଲଡ୍ ଗ୍ରୁପ୍ର ରକ୍ତ ଆବଶ୍ୟକ କରୁଛନ୍ତି । ପ୍ରାୟ ୫୦ ପ୍ରତିଶତ ରକ୍ତ ଆରବିସି ବା ଲୋହିତ ରକ୍ତକଣିକାରୁ ପ୍ରସ୍ତୁତ ଓ ୧ ପ୍ରତିଶତ ଡବ୍ଲ୍ୟୁବିସିରୁ ପ୍ରସ୍ତୁତ ଓ ଅବଶିଷ୍ଟ ପ୍ଲାଜମାରୁ ପ୍ରସ୍ତୁତ ହୋଇଥାଏ । ଭାରତରେ ବ୍ଲଡ୍ ଗ୍ରୁପ୍ ସଂପର୍କୀତ ପରୀକ୍ଷାରେ ସମସ୍ୟା ରହିଥିବା କୁହାଯାଉଛି । ବମ୍ବେ ବ୍ଲଡ୍ ଗ୍ରୁପ୍ରେ “ଏ ‘କିମ୍ବା “ବି’ର ନମୁନା ନାହିଁ, ଯେଉଁଥିପାଇଁ ଏହାକୁ “ଓ’ ବ୍ଲଡ୍ ବୋଲି କୁହାଯାଏ । ତେବେ ତ୍ରୁଟିପୂର୍ଣ୍ଣ ପରୀକ୍ଷାନିରୀକ୍ଷା ଯୋଗୁଁ ବିଭିନ୍ନ ପ୍ରକାରର ଜଟିଳ ସମସ୍ୟା ଦେଖାଦେଇଥାଏ, ଏପରିକି ଏଥିପାଇଁ ମୃତ୍ୟୁ ବି ଘଟିପାରେ ବୋଲି କୁହାଯାଏ । ବର୍ତ୍ତମାନ ଭାରତରେ ଦୁଇଟି ବିରଳ ବ୍ଲଡ୍ ଗ୍ରୁପ୍ ଥିବା କୁହାଯାଉଛି । ଏଥିମଧ୍ୟରୁ ଗୋଟିଏ ହେଲା ବମ୍ବେ ବ୍ଲଡ୍ ଓ ଅନ୍ୟଟି ହେଲା ଏଚ୍ ଏଚ୍ ବ୍ଲଡ୍ ଗ୍ରୁପ୍ । ଯଦି ଆପଣ ବମ୍ବେ ବ୍ଲଡ୍ର ଗ୍ରୁପ୍ର ରକ୍ତ ଆବଶ୍ୟକ କରନ୍ତି, ତେବେ ବେଙ୍ଗାଲୁରୁ ସ୍ଥିତ ସଂକଳ୍ପ ଇଣ୍ଡିଆ ଫାଉଣ୍ଡେସନ୍ ସହ ଯୋଗାଯାଗ କରିପାରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ