ଜାଣନ୍ତୁ ମଣିଷର ଆଖି ସମ୍ପର୍କରେ…
ଆଖିର କାର୍ଯ୍ୟପ୍ରଣାଳୀକୁ ଦେଖି ବୈଜ୍ଞାନିକମାନେ କ୍ୟାମେରାର ଆବିଷ୍କାର କରିଥିଲେ। ମନୁଷ୍ୟର ଆଖି ଯେପରି କାମ କରିଥାଏ କ୍ୟାମେରା ମଧ୍ୟ ଠିକ୍ ସେହିପରି କାମ କରିଥାଏ। ମନୁଷ୍ୟର ଦୁଇଟି ଆଖି ମିଶି ଚତୁର୍ଦ୍ଦିଗର ଦୃଶ୍ୟର ଛବି ମସ୍ତିଷ୍କକୁ ପହଞ୍ଚାଇଥାଏ ଏବଂ ଏହା ସବୁ ମିଶାଇ ଏକ ବହୁତ ବଡ଼ କ୍ଷେତ୍ରର ଛବି କରିଥାଏ। ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ ଏକ ସାଧାରଣ ମନୁଷ୍ୟଙ୍କ ଆଖିରେ ୨୪ ହଜାର ଗୁଣ ଅର୍ଥାତ୍ ୨୪ ହଜାର ପିକ୍ସେଲ୍ ହୋଇଥାଏ ଯାହା ୫୭୬ ମେଗାପିକ୍ସେଲ୍ ସହ ସମାନ ହୋଇଥାଏ। ଏହା ଦ୍ବାରା ଆପଣ ଅନୁମାନ ଲଗାଇ ପାରିବେ ଯେ ମନୁଷ୍ୟର ଆଖି କେତେ ଦୂର ଯାଏଁ ବସ୍ତୁକୁ ଦେଖିପାରିବ। ବୈଜ୍ଞାନିକଙ୍କ କହିବା ଅନୁସାରେ ଯେତେବେଳେ ଆଲୋକ କୌଣସି ଜିନିଷ ସହ ଧକ୍କା ହୋଇ ଆମ ଆଖିର ରେଟିନା ଉପରେ ପଡ଼ିଥାଏ ସେତେବେଳେ ଏହି ଜିନିଷର ପ୍ରତିବିମ୍ବ ଆଖିର ରେଟିନା ଉପରେ ସୃଷ୍ଟି ହୋଇଥାଏ। ରେଟିନା ଉପରେ ସୃଷ୍ଟି ହେଉଥିବା ପ୍ରତିବିମ୍ବ ସମ୍ବେଦନ ଦ୍ବାରା ଆମ ମସ୍ତିଷ୍କକୁ ପହଞ୍ଚାଇଥାଏ। ଯାହା ଫଳରେ ଆମେ ଯେ କୌଣସି ଜିନିଷ ଦେଖି ପାରିଥାଉ ଏବଂ ମସ୍ତିଷ୍କ ସେହି ଜିନିଷକୁ ଦେଖିବାର ଅନୁଭବ କରିଥାଏ।


