ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରିଜୀଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସ୍ତରୀୟ ୧୫୫ ତମ ଜାତିର ଜନକ ମହାତ୍ମା ଗାନ୍ଧି ଓ ୧୨୦ତମ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଜିଲ୍ଲା ପ୍ରଶାସନ ତରଫରୁ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରାତଃ ୪.୩୦ ମି.ସମୟରେ ଡାକବାଜି ଯନ୍ତ୍ର ଦ୍ବାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ୍ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା । ସେହିପରି ସକଳ ୬.୩୦ ମି. ସମୟରେ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଗୌରହରି ପାଠାଗାର ଓ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସଭାଯାତ୍ରା କରାଯାଇଥିଲା। ଗାନ୍ଧୀ ଛକ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ବିଜୟ କୁମାର ଦାଶ, ନିର୍ମଳା ସେଠୀ,ଅଧ୍ୟକ୍ଷା ପୌର ପରିଷଦ ପାରଳାଖେମୁଣ୍ଡି, ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ପୌରପରିଷଦ ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଓ ସହରର ବହୁ ମାନ୍ଯ ଗଣ୍ଯ ବ୍ଯକ୍ତି ବିଶେଷ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା. ପରେ ପରେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଭକ୍ତି ସଙ୍ଗୀତ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାର ଦ୍ବାରା ବୈଷ୍ଣବ ଜନତେ ଗାନ୍ଧୀ ଭଜନ ପରିବେଷଣ କରଯାଇଥିଲା । ପରେ ସର୍ବଧର୍ମ ପ୍ରାର୍ଥନାରେ ଗୀତା ପାଠ ପରିବେଷଣ କରିଥିଲେ ଗୋପାଳ କୃଷ୍ଣ ପଣ୍ଡିତ, ବାଇବେଲ ପାଠ ପରିବେଷଣ କରିଥିଲେ ଫାଦର ଅଜିତ୍ କୁମାର ନାୟକ ଓ କୋରାନ ପାଠ ପରିବେଷଣ କରିଥିଲେ ପର୍ବେଜ ଅଲ୍ଲାମଙ୍କ ଦ୍ବାରା ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲାପାଳଙ୍କ ଦ୍ୱାରା ସମସ୍ତ ମାନ୍ଯଗଣ୍ଯ ବ୍ଯକ୍ତି ବିଶେଷ ଓ ଛାତ୍ର ଛାତ୍ରୀମାଙ୍କୁ ସ୍ବଚ୍ଛତା ହିଁ ସେବାର ଏକ ଶପଥ ପାଠ କରାଇଥିଲେ. ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ନିଜ ବକ୍ତବ୍ଯରେ ଅହିଂସା ଅସ୍ତ୍ରକୁ ପାଥେୟ କରି ଗାନ୍ଧିଜୀ ଦେଶକୁ ସ୍ବାଧୀନତା ଆଣିଥିଲେ. ଏଣୁ ସମାଜକୁ ଦିଗ୍ ଦର୍ଶନ ଦେବା ପାଇଁ ଅହିଂସାକୁ ଅସ୍ତ୍ର କରି ସମାଜକୁ ଆଗେଇ ନେବା ଓ ମାନବ ସମାଜ ଆଜି ପ୍ରଗତି ପଥରେ ଆଗେଇ ଚାଲିଥିବା ଜଣାଇଥିଲେ । ଏହା ସହିତ ଗଜପତି ଜିଲ୍ଲା ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସ୍ବଚ୍ଛତା ହିଁ ସେବା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କୁ ଜଣାଇଥିଲେ. ସେହିପରି ରୁପେଶ କୁମାର ପାଣିଗ୍ରାହୀ, ବିଧାୟକ ପାରଳାଖେମୁଣ୍ଡି କହିଥିଲେ ଅହିଂସା ମାର୍ଗରେ ଗାନ୍ଧିଜୀ ସ୍ବାଧୀନତା ଆଣିଥିଲେ ଏବଂ ସ୍ବଚ୍ଛତା ମାର୍ଗକୁ ଆପଣାଇ ଥିଲେ, ଆମେ ସୁସ୍ଥ ସମାଜ ଗଠନ କରିବା ସହିତ ଗାନ୍ଧୀଜୀ ସାରା ବିଶ୍ବକୁ ଶାନ୍ତି, ଅହିଂସା, ତ୍ୟାଗ ଓ ନିଷ୍ଠାର ବାର୍ତ୍ତା ଦେଇଥିଲେ ବୋଲି ମତ ରଖିଥିଲେ । ସେହିପରି ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ସତ୍ଯ, ଅହିଂସା ଓ ଧର୍ମନିରପେକ୍ଷତା ଥିଲା ଗାନ୍ଧିଜୀଙ୍କ ମୂଳମନ୍ତ୍ର,ହିଂସା ଓ ଆନ୍ଦୋଳନକୁ ଛାଡି ସତ୍ୟ ମାର୍ଗକୁ ଆପଣାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଗାନ୍ଧିଜୀ ବିଶ୍ବକୁ ମାନବିକତାର ଉପରେ ଶିକ୍ଷା ଦେଇଥିଲେ ଏବଂ ତାଙ୍କରି ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କଲେ ଜିଲ୍ଲା, ରଜ୍ୟ ତଥା ଦେଶର ଉନ୍ନତୀ ହୋଇପାରିବ ବୋଲି କହିଥିଲେ । ସେହିପରି ଜି.ତିରୁପତି ରାଓ, ଅଧ୍ୟକ୍ଷା ଜିଲ୍ଲାପରିଷଦ ଗଜପତି, ନିର୍ମଳା ସେଠୀ, ଅଧ୍ୟକ୍ଷା,ପୌର ପରିଷଦ ପାରଳାଖେମୁଣ୍ଡି ଓ ଅନୁପ ପଣ୍ଡା ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଉପସ୍ଥିତ ରହି ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ଜୀବନୀ ଓ କାର୍ଯ୍ୟ ଶୈଳୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପୌର ପରିଷଦ ପାରଳାଖେମୁଣ୍ଡିର ଚାରି ଜଣଙ୍କୁ ସ୍ୱଚ୍ଛ ସାଥୀ ଓ ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମଇଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅମୂଲ୍ୟ କୁମାର ପାଣିଗ୍ରାହୀ, ଶିକ୍ଷକ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ,ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ଦାସ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ କର୍ମଚାରୀ ନରସିଂହ ବଜବନ୍ଧୁ ସମେତ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ