ଜାତିସଂଘ ମାନବାଧିକାର ବୈଠକରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜବାବ ଦେବ ଭାରତ

ନୂଆଦିଲ୍ଲୀ: ଆଜିଠୁ ଜେନେଭାରେ ଜାତିସଂଘର ମାନବାଧିକାର ପରିଷଦ ବୈଠକ ଆରମ୍ଭ ହୋଇଛି । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ନେଇ ଏହି ବୈଠକରେ ଆଲୋଚନା ହେଉଛି । ୧୩ ତାରିଖ ଯାଏ ଏହି ବୈଠକ ଚାଲିବ । ପାକିସ୍ତାନରୁ ତାଙ୍କ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ ପ୍ରତିନିଧିତ୍ୱ କରୁଥିବା ବେଳେ ଭାରତ ପକ୍ଷରୁ ରାଷ୍ଟ୍ରଦୂତ ରାଜୀବ କୁମାର ଏବଂ ଅଜୟ ବିଶରିଆ ଯୋଗ ଦେଇଛନ୍ତି । ଏବି ବୈଠକରେ ଭାରତ ସମେତ ୪୭ଟି ଦେଶର ପ୍ରମୁଖ ଅଧିକାରୀ ସାମିଲ୍ ହୋଇଛନ୍ତି । ରାଜୀବ କୁମାର ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଥିବା ବେଳେ ଅଜୟ ବିଶରିଆ ଅଗଷ୍ଟ ୫ ଯାଏ ପାକିସ୍ତାନର ରାଷ୍ଟ୍ରଦୂତ ଥିଲେ । ଜାତିସଂଘର ମାନବ ଅଧିକାର ପରିଷଦ ଦ୍ୱାରା ଆୟୋଜିତ ଏହି ବୈଠକରେ ପାକିସ୍ତାନକୁ କଡ଼ା ଜବାବ ଦେବା ପାଇଁ ଭାରତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏହି ବୈଠକରେ ୟୁରୋପୀୟ ଦେଶର ଅଧିକାରୀଙ୍କ ଗୁରୁତ୍ୱ ରହିଛି । ଭାରତ ଏହି ଦେଶର ଅଧିକାରୀଙ୍କ ମଧ୍ୟ ପୂର୍ବରୁ ଭଲ ସମ୍ପର୍କ ରଖିଛି? ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅଳ୍ପ ସଂଖ୍ୟକ ଲୋକ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ପାକିସ୍ତାନ ଅଭିଯୋଗ ଆଣିବ ବୋଲି ଜଣାପଡ଼ିଛି । ଯାହାର ଜବାବ ଦେବା ପାଇଁ ଭାରତ ମଧ୍ୟ ପ୍ରସ୍ତୁତି କରିଛି । ଏଥିସହ ପାକିସ୍ତାନ ଅଧିକୃତ କଶ୍ମୀର, ଗିଲଗିଟରେ ଦେଖାଦେଇଥିବା ହିଂସା ବାବଦରେ ମଧ୍ୟ ଭାରତ ସ୍ୱର ଉଠାଇବ ବୋଲି ଜଣାପଡ଼ିଛି । ନିକଟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତଥା ପୂର୍ବତନ ରାଷ୍ଟ୍ରଦୂତ ୟୁରୋପୀୟ ଦେଶର ଅଧିକାରୀଙ୍କୁ ଭେଟିଥିଲେ । ଯେଉଁଥିରେ କଶ୍ମୀର ପ୍ରସଙ୍ଗରେ ଭାରତ ଆଲୋଚନା କରିଥିଲା । ତେଣୁ ଭାରତ ଏବେ ଏହି ବୈଠକରେ ୟୁରୋପୀୟ ଦେଶ ମଧ୍ୟରେ ଥିବା ଇଟାଲୀ, ସ୍ପେନ୍, ହୁଙ୍ଗେରୀ, ବୁଲଗାରିଆ, ନରାୱେ, ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ପାଖରୁ ସମର୍ଥନ ପାଇବ ବୋଲି ଆଶା ରଖିଛି । ଅନ୍ୟପଟେ ଜାପାନ୍, ଆଫଗାନିସ୍ତାନ, ବାଂଲାଦେଶ, ନେପାଳ, ଇଜିପ୍ଟ, ସାଉଥ ଆଫ୍ରିକା, ଅଷ୍ଟ୍ରେଲିଆ, ସାଉଦି ଆରବ, ୟୁଏଇ, ବାହାରିନ୍ ଏବଂ କାତାର ଭଳି ଦେଶ ପାଖରୁ ମଧ୍ୟ ଭାରତ ସମର୍ଥନ ଆଶା ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ