ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଗୁରୁବାର ଦିନ ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରାଣୀଚିକିତ୍ସାଅଧିକାରୀ ଡଃ ପ୍ରଫୁଲ୍ଲ କୁମାର ସିଅଳ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ମେଳାକୁ ଉଦୁଘାଟନ କରିବା ସହ ଏହା ମସ୍ଚ୍ୟ ଓ ପ୍ରାଣୀ ସମ୍ପଦର ଅଭିବୃଦ୍ଧି ଓ ରାଜ୍ୟର ଚାଷୀଙ୍କ ସମୃଦ୍ଧିକୁ ଦୃଷ୍ଟିରେ ରଖି କରାଯାଇଛି ବୋଲି କହିଛନ୍ତି। ଏହା ସହ ମାନବ ଜାତିର ବିକାଶରେ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମସ୍ଚ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାଷୀ ମାନଙ୍କ ଆର୍ଥିକ ଅଭିବୃଦ୍ଧି ର ଉର୍ନ୍ନତି ହେଲେ ରାଜ୍ୟ ସ୍ୱାବଲମ୍ବୀ ହେବା ସହ ବେରୋଜଗାର ହଟିପାରିବ ବୋଲି ମୁଖ୍ୟବକ୍ତା ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ଆରତୀ ନାଏକ ମତବ୍ୟକ୍ତ କରିଛନ୍ତି। ମେଳାରେ ମଧ୍ୟ ଜୈବିକ ପଦ୍ଧତି ଚାଷକୁ ଅଧିକ ପ୍ରୋତ୍ସାହନ ସହ ପ୍ରାଣୀ ସମ୍ପଦର ବିକାଶ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଥିବା କହିଥିଲେ। ସଂମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସୁଶ୍ରୀ ସସ୍ମିତା ବେହେରା, ବ୍ଲକ ଉପାଧକ୍ଷ ଦୃଜୟ ମିଶ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଶରତ କୁମାର ବେହେରା, ଜିଲ୍ଲା ମସ୍ଚ୍ୟଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ବସ୍ତିୟା, ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ, ଓଡିଶା ପାରମ୍ପରିକ ମସ୍ଚ୍ୟଜୀବି ସଙ୍ଘ ସଭାପତି ପ୍ରଶ୍ନନ ବେହେରା,ପ୍ରାଣୀ ଚିକିତ୍ସା ଅଧିକାରିଣୀ ଡ଼ଃ ଶୁଭଶ୍ରୀ ପ୍ରଧାନ, ଅତିରିକ୍ତ ପ୍ରାଣୀ ଚିକିତ୍ସାଅଧିକାରୀ ଡ଼ଃ ରାଜେଶ ମହାପାତ୍ର, ସହକାରୀ ମସ୍ଚ୍ୟଅଧିକାରୀ ସତ୍ୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ କରିଥିବା ସମସ୍ତ ଯୋଜନା ଯେପରି ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ ସେ ବିଷୟରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ।ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଘର ଅଗଣାରେ କୁକୁଡ଼ା ଓ ବତକ ପାଳନ, ମୁଖ୍ୟମନ୍ତ୍ରୀ ମସ୍ଚ୍ୟଜୀବି କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ପର୍କ ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗର ୪ଟି ଷ୍ଟଲ, ମସ୍ଚ୍ୟବିଭାଗର ୩ଟି ଷ୍ଟଲ, ସରିପୁର ଅଗରବତୀ କ୍ଲଷ୍ଟର ତରଫରୁ ଅଗରବତୀ, ଫିନାଇଲି ଷ୍ଟଲ, ପରିଦର୍ଶନ କରିଥିଲେ ଅତିଥି। ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ୪ଜଣ ଓ ମସ୍ଚ୍ୟ ବିଭାଗ ପକ୍ଷରୁ ୪ଜଣ ସଫଳ ଚାଷୀଙ୍କୁ ପୁରସ୍କାର ରାଶି ପ୍ରଦାନ ସହ ଆର୍ଥିକ ସହାୟତା ବାବଦରେ ଦିଲ୍ଲୀପ କୁମାର ବେହେରା ଙ୍କୁ ୯୦ହଜାର ଟଙ୍କା, ସଖି ମଲ୍ଲିକ ଙ୍କୁ ୧ଲକ୍ଷ ୬୧ହଜାର ୨ଶହ ୮୦ଟଙ୍କା ଅର୍ଥରାଶି ଚେକ ଆକାରରେ ପ୍ରଦାନ କରାଯାଇଥିଲା।ଏହା ଶହ ମସ୍ଚ୍ୟବିଭାଗ ତରଫରୁ ୧୦ଜଣଙ୍କୁ ଲାଇଫି ଜ୍ୟାକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବ୍ଲକ ସହକାରୀ ମସ୍ଚ୍ୟଅଧିକାରୀ ଅଭିଷେକ ସେଠୀ, ପ୍ରାଣୀ ବିଭାଗ ଟେକ୍ନିସିଆନ ଉପେନ୍ଦ୍ର ପଣ୍ଡା, ପୋଗ୍ରାମ ଆସିଷ୍ଟାଣ୍ଡ ସୁମନ କୁମାର ଜେନା ଙ୍କ ସହ ପ୍ରାଣୀ ସମ୍ପଦ ଓ ମସ୍ଚ୍ୟ ବିଭାଗର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ