ଜାତୀୟସ୍ତରରେ ସମ୍ମାନୀତ ପରିବେଶ କର୍ମୀଙ୍କୁ ସମ୍ବର୍ଦ୍ଧନା

ନିମାପଡ଼ା, (ସନ୍ତୋଷ ଦାଶ):ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ୨୯ ବର୍ଷ ଜୀବନବ୍ୟାପୀ ଅବଦାନ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଗୁଣ୍ଡଳବା ଗ୍ରାମର ବିଚିତ୍ରାନନ୍ଦ ବିଶ୍ବାଳ ଙ୍କୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇ ଥିଲା। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓ “ଟିଭି ନାଇନ୍”ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ କେନ୍ଦ୍ର ବିଦେଶ ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖିଙ୍କ ଦ୍ୱାରା ସେ ପୁରସ୍କୃତ ହୋଇଥିଲେ। ଅସ୍ତରଙ୍ଗ ଅଞ୍ଚଳର ଏହି ସୁଯୋଗ୍ୟ ସନ୍ତାନ ଜାତୀୟ ସ୍ତରରେ ସମ୍ମାନୀତ ହେବା ସମଗ୍ର ଅଞ୍ଚଳକୁ ଗୌରବାନିତ୍ଵ କରିଛି ବୋଲି ଅସ୍ତରଙ୍ଗ ର ସବୁଜ ଶାଖା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଉପଦେଷ୍ଟା ଦିବାକର ଛାଟୋଇ କହିଛନ୍ତି। ପରିବେଶ କର୍ମୀ ଶ୍ରୀ ବିଶ୍ବାଳଙ୍କୁ ଅନୁଷ୍ଠାନ ପରିସରରେ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ହୃଷୀକେଶ ଛାଟୋଇ , ସବୁଜ ଶାଖା ସଭାପତି ରମାକାନ୍ତ ବସ୍ତିଆ , ସମ୍ପାଦକ ହୃଷୀକେଶ ମୁଦୁଲି , ପ୍ରଦୀପ୍ତ ତ୍ରୀପାଠୀ , ରାଜା ସ୍ଵାଇଁ , ଦୁର୍ଗା ମହାରଣା, ସନ୍ତୋଷ କାଣ୍ଡି ଓ ନୁଆଗଡ ସରପଞ୍ଚ ଜୀତେନ୍ଦ୍ର ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ । ୨୦୧୯ ମସିହାରେ ଓଡ଼ିଶା ସରକାରଙ୍କ ସର୍ବୋଚ୍ଚ ବନ୍ୟଜନ୍ତୁ ସଂରକ୍ଷଣ ପୁରସ୍କାର ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରରେ ମଧ୍ୟ ଶ୍ରୀ ବିଶ୍ବାଳଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ସମ୍ମାନୀତ କରାଯାଇଥିଲା। ସେ ସମ୍ମାନୀତ ହେବା ସମ୍ପର୍କ ରେ ଏକ ସମ୍ବାଦ ଆଞ୍ଚଳିକ ଖବର ରେ ପ୍ରକାଶ ପାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ