ଜାତୀୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଆସିକାର ଜିତେନ୍ଦ୍ରଙ୍କୁ କାଂସ୍ୟପଦକ

ଆସିକା, (ଯୁଗାବ୍ଦ ନ୍ୟୁଜ):କର୍ଣ୍ଣାଟକର ବେଲଗାଭି ଠାରେ ଅନୁଷ୍ଠିତ ହୋଇଯାଇଥିବା ଜାତୀୟସ୍ତରୀୟ ବରିଷ୍ଠ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆସିକା ଜେକେ ଫିଟ୍‍ନେସ୍‍ ଜିମ୍‍ର ମୁଖ୍ୟ ଜିତେନ୍ଦ୍ର କୁମାର ପୋଲାଇ ୮୦ କିଲୋ ବର୍ଗରେ କାଂସ୍ୟପଦକ ହାସଲ କରି ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ବେଳେ ତାଙ୍କର ଏହି ସଫଳତା ସକାଶେ ବିଭିନ୍ନ ମହଲରେ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍‍ଏସି ଅଧୀନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀ ଗ୍ରାମର ସମାଜସେବୀ ପ୍ରଫୁଲ କୁମାର ପୋଲାଇ ଓ କସ୍ତୁରୀ ପୋଲାଇଙ୍କ ସୁପୁତ୍ର ଜିତେନ୍ଦ୍ର କୁମାର ପୋଲାଇ ଜାତୀୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ କାଂସ୍ୟପଦକ ହାସଲ କରିବା ପରେ ଆଗାମୀ ଦିନରେ ଅନ୍ୟାନ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇବାକୁ ଲକ୍ଷ୍ୟ ରଖିଥିବା ଜଣାପଡିଛି । ପିଲାଟି ଦିନରୁ ବଡି ବିଲ୍‍ଡିଂ ପ୍ରତି ରୁଚି ରଖିଥିବା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀ ଜିତେନ୍ଦ୍ର କୁମାର ପୋଲାଇ ଅତୀତରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଥିବା ଜଣାପଡିଛି । ଜାତୀୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୮୦ କିଲୋ ବର୍ଗରେ କାଂସ୍ୟପଦକ ହାସଲ କରିଥିବା ଆସିକାର ସୁନାପୁଅ ଜିତେନ୍ଦ୍ର କୁମାର ପୋଲାଇଙ୍କୁ ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଆସିକା ଏନ୍‍ଏସିର ପୂର୍ବତନ କାଉନସିଲର ରବିନ୍ଦ୍ରନାଥ ପୋଲାଇ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, ରାଜ୍ୟ ଘରୋଇ ବସ୍‍ ମାଲିକ ସଂଘ ଜୋନ୍‍-୩ ର ସଂପାଦକ ସନ୍ତୋଷ କୁମାର ପୋଲାଇ, ଆଇନଜୀବୀ ପ୍ରିୟାଂଶୁ ଶେଖର ପରିଡା, ଆସିକା ମିନି ବସ୍‍ ମାଲିକ ସଂଘର ପ୍ରାକ୍ତନ ସଭାପତି ମୁନା ମହାନ୍ତି, ସମାଜସେବୀ ନରହରି ପୋଲାଇ, ମଧୁସୂଦନ ପରିଡା, ମହେଶ୍ୱର ପୋଲାଇ, ସାଇଶଙ୍କର ପୋଲାଇ, ଦୁତିକୃଷ୍ଣ ପୋଲାଇ, ରମେଶ ପୋଲାଇ, ଅମିତ୍‍ କୁମାର ପୋଲାଇ, ଦୀପକ ପୋଲାଇ, ଆସିକା ଆଥ୍‍ଲେଟିକ୍‍ ଏସୋସିଏସନ୍‍ ଟାଉନ୍‍ହଲର ସଭାପତି ଦିଲୀପ କୁମାର ପାଣିଗ୍ରାହୀ ଓ ସଂପାଦକ ଏମ୍‍.ତାରିଣୀ ସେନାପତି, ଓଡିଶା ଅମଲା ସଂଘର ରାଜ୍ୟ ମୁଖ୍ୟ ପୃଷ୍ଟପୋଷକ ପ୍ରସନ୍ନ କୁମାର ତ୍ରିପାଠୀ, ପୂର୍ବତନ କାଉନସିଲର ପ୍ରମୋଦ କୁମାର ତ୍ରିପାଠୀ, ସମାଜସେବୀ ଶିବ ପ୍ରସାଦ ଶତପଥୀ, କ୍ରୀଡାବିତ୍‍ ବୁବୁନା ହୋତା, ଆସିକା ଏନ୍‍ଏସି କାଉନସିଲର୍‍ ସରୋଜ କୁମାର ଭଂଜ ଓ ନିଗମାନନ୍ଦ ରାଉତ, ସମାଜସେବୀ ଜିତେନ୍ଦ୍ର କୁମାର ମହାରଣା, କେ.ରବିନ୍‍ କୁମାର ପାତ୍ର, କେଶବ ଦାଶ, ଦେବାଶିଷ ପଣ୍ଡା, ଆସିକା ଟ୍ରକ ମାଲିକ ସଂଘର ସଭାପତି ନିଗମାନନ୍ଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, କ୍ରୀଡାବିତ୍‍ ସ୍ୱଦେଶ୍‍ କୁମାର ଦଳେଇ, ଆସିକା ଓକିଲ ସଂଘର ଯୁଗ୍ମ ସଂପାଦକ ରାଘବ କୁମାର ନାହାକ, କ୍ରୀଡାବିତ୍‍ ବି.ରାମବାବୁ ରେଡି, କାଳଷଣ୍ଢପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଧନମାଳୀ ସିୟଙ୍କ ସମେତ ବହୁ ସଚେତନ ନାଗରିକ, ଯୁବପିଢୀ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । କର୍ଣ୍ଣାଟକର ବେଲଗାଭି ଠାରେ ଅନୁଷ୍ଠିତ ହୋଇଯାଇଥିବା ଜାତୀୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ବରିଷ୍ଠ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୮୦ କିଲୋ ବର୍ଗରେ କାଂସ୍ୟ ପଦକ ପାଇ ସଫଳତା ହାସଲ କରିଥିବା ଆସିକା ମାଟିର ସୁୁନାପୁଅ ଜିତେନ୍ଦ୍ର କୁମାର ପୋଲାଇ ଏକ ଖୋଲାଜିପ୍‍ରେ ନିଜର ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ଆସିକା ସହର ପରିକ୍ରମା କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ