ଜାତୀୟ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ “ଲିଟିଲ ଆର୍ଟ ଚ୍ୟାମ୍ପ”
ଭୁବନେଶ୍ୱର,(ୱାଇଏନ୍ଏସ୍): କୋରନା କାଳରେ ସ୍କୁଲ ଓ କଲେଜ ପାଠ ପଢା ଏକ ପ୍ରକାର ବନ୍ଦ | ଏଭଳି ସମୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନଶୀଳ ଚିନ୍ତାଧାରା ଏବଂ ସେମାନଙ୍କ ଦ୍ୱାରା ଆଙ୍କିତ ଚିତ୍ର କଳା ଦ୍ୱାରା ସମାଜକୁ ସକାରାତ୍ମକ ବାର୍ତ୍ତା ଦେବା ଉଦେଶ୍ୟରେ ଧଉଳି ଚାରୁକଳା ମହାବିଦ୍ୟାଳୟ ଓ ଇଣ୍ଡିଆ ଟୁରିଜିମ ସହଯୋଗରେ ଆୟୋଜିତ ହୋଇଯାଇଛି | “ଲିଟିଲ ଆର୍ଟ ଚ୍ୟାମ୍ପ” ଶୀର୍ଷକ ଜାତୀୟ ଚିତ୍ରକଳା ପ୍ରତିଯୋଗିତା ତଥା ପ୍ରଦର୍ଶନୀ | ଏହି ପ୍ରଦର୍ଶନୀକୁ ଅନଲାଇନ ମାଧ୍ୟମରେ ବରିଷ୍ଠ ଚିତ୍ରଶିଳ୍ପୀ ଗୌରାଙ୍ଗ ବାରିକ,ଇଣ୍ଡିଆ ଟୁରିଜିମ ର ଅତିରିକ୍ତ ନିର୍ଦେଶକ ରଶ୍ମି ସୋନିଆ ତିର୍କି ଓ ଅନିଲା ଆର୍ଟ ଫାଉଣ୍ଡେସନ ପ୍ରତିଷ୍ଠାତା ଶିଳ୍ପୀ ଶସଧର ପତି ପ୍ରମୁଖ ଅତିଥି ରୂପରେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ | ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥି ପରିଚୟ ସହ ପ୍ରଦର୍ଶନୀ ସମ୍ପର୍କରେ ବିସ୍ତୃତରେ କହିଥିଲେ ଓ ସମ୍ପାଦକ ମିହିରକାନ୍ତ ପ୍ରହରାଜ ସାମ୍ପ୍ରତିକ ସମୟରେ ଅନଲାଇନ ପ୍ରଦର୍ଶନୀର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ | ବିଭିନ୍ନ ରାଜ୍ୟରୁ ମୋଟ ୨୨୦ ଟି ଶିଶୁ ଓ ଯୁବଶିଳ୍ପୀଙ୍କ ଚିତ୍ରକଳା ଏଥିରେ ପ୍ରଦର୍ଶ୍ରିତ ହୋଇଥିଲା | ଏଥି ମଧ୍ୟରୁ ୪୪ ଟି ଚିତ୍ରକଳା ପାଇ ମନୋନୀତ ହେବା ସ୍ଥଳେ ପ୍ରତି ଗ୍ରୁପ ରୁ ୧୦ ଜଣ ତପଟେନ ଚମ୍ପିୟାନ ମ୍ୟାଡଲ ଓ ସେମାନଙ୍କ ମଧ୍ୟରୁ ପ୍ରତି ଗ୍ରୁପରୁ ସର୍ବଶ୍ରେଷ୍ଠ ଜଣେ ଶିଳ୍ପୀକୁ “ଲିଟିଲ ଆର୍ଟ ଚ୍ୟାମ୍ପ” ପୁରସ୍କାର ପାଇ ଘୋଷଣା କରାଯାଇଥିଲା | ପରେ ପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦର୍ଶନୀ ଅବସରରେ ପ୍ରସ୍ତୁତ ଇ କ୍ୟାଟଲଗ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ |