ଜାତୀୟ ଆନ୍ତଜିଲ୍ଲା ଆଥଲେଟିକ ମିଟରେ ଯୋଗଦେବାକୁ କେନ୍ଦ୍ରାପଡାରୁ ୧୬ଜଣିଆ ଟିମର ପାଟନା ଯାତ୍ରା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିହାରର ପାଟନା ଠାରେ ଚଳିତମାସ ୧୦ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ୧୮ତମ ଜାତୀୟ ଆନ୍ତଃଜିଲ୍ଲା ଜୁନିଅର ଆଥଲେଟିକ ମିଟ-୨୦୨୩ରେ ଯୋଗଦେବାକୁ କେନ୍ଦ୍ରାପଡା ଜିଲ୍ଲା ଆଥଲେଟିକ ଆସୋସିଏସନ ପକ୍ଷରୁ ଏକ ୧୬ଜଣିଆ ଟିମ ବୁଧବାର ପାଟନା ଯାତ୍ରା କରିଛନ୍ତି । ଜାତୀୟ କୋଚ ସେକ ସୈାକତ ଖାନ, ମହିଳା କୋଚ ସୁହାନା ପରୱିନ ଏବଂ ମ୍ୟାନେଜର ବଦ୍ରୀନାରାୟଣ ପତିଙ୍କ ତତ୍ୱାବଧାନରେ କେନ୍ଦ୍ରାପଡା ଜିଲ୍ଲାରୁ ୧୩ଜଣ ଖେଳାଳି ପାଟନା ଯାତ୍ରା କରିଛନ୍ତି । ସେହି ଖେଳାଳିମାନେ ହେଉଛନ୍ତି ମହମ୍ମଦ ଜୁନେଦ, ସୁଇଟି ରଣା, ରାବରା ଫିରଦୋସ, ପୁନମ ସାହୁ, ସୁଲତାନା ବେଗମ, ଉଷାରାଣୀ ଦାସ, ଜ୍ୟୋତିପ୍ରକାଶ ନାୟକ, ମିରଜା କାସିମ ବେଗ, ମହମ୍ମଦ ଜୁନେଦ ଖାନ, ଜମସେଦ ଖାନ, ବିଶ୍ୱାସ ସବସୁନ୍ଦର, ମହମ୍ମଦ ଇଲିୟାଜ ଆରଜୁ, ରାଜକିଶୋର ସାହୁ ପ୍ରମୁଖ । ସେଠାରେ ଏହି ପ୍ରତିଯୋଗୀମାନେ ଏକଶହ ମିଟର, ୨ଶହ ମିଟର, ୪ଶହ ମିଟର, ୮ଶହ ମିଟର ଓ ଏକହଜାର ମିଟର ଦୈାଡ, ଉଚ୍ଚାଡିଆଁ, ଲମ୍ବାଡିଆଁ, ସଟ୍ପୁଟ୍, ଡିସକସ ଥ୍ରୋ, ଜାଭେଲିନ ଥ୍ରୋ ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହିତ ଆସନ୍ତା ୧୪ତାରିଖରେ ଓଡିଶା ଫେରିଆସିବେ ବୋଲି କେନ୍ଦ୍ରାପଡା ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ସୂଚନା ଦେଇଛନ୍ତି ।


