ଜାତୀୟ ଏକତା ଦିବସ ପାଳନ
ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ-୧ ପକ୍ଷରୁ ଜାତୀୟ ଏକତା ଦିବସ ଅକ୍ଟୋବର ୩୧ ତାରିଖ ଦିନ ପାଳନ ହୋଇଯାଇଛି। ଅକ୍ଟୋବର ୩୧ ତାରିଖ ହେଉଛି ସ୍ୱାଧୀନ ଭାରତର ଉପ ପ୍ରଧାନମନ୍ତ୍ରୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିବସ। ୨୦୧୪ ମସିହାରେ ଭାରତ ସରକାର ଲୌହ ମାନବ ପଟେଲଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ସେହି ଦିନଠାରୁ ଅକ୍ଟୋବର ୩୧ ତାରିଖ ଦିନ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ ହୋଇଆସୁଅଛି। ପିପୁଲସ କଲେଜରେ ଏନଏସଏସ ୟୁନିଟ-୧ ଦ୍ୱାରା ଆୟୋଜିତ ଜାତୀୟ ଏକତା ଦିବସରେ ଅତିଥି ଭାବେ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ଯୋଗଦେଇ ପ୍ରେରଣା ପ୍ରଦାନ କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ ସଂଯୋଜନା କରିବା ସହ ଜାତୀୟ ଏକତା ପାଇଁ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ସ୍ୱେଚ୍ଛାସେବୀ ଛାତ୍ରୀ ପ୍ରିୟଙ୍କା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।