ଜାତୀୟ କର୍ମଶାଳା ପାଇଁ ମନୋନ୍ୱିତ କିଶୋର ନ୍ୟାୟ ପରିଷଦ ସଦସ୍ୟଙ୍କ ଗୈାହାଟି ଗ୍ରସ୍ତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଚଳିତ ସେପ୍ଟେମ୍ବରମାସ ୧୨ ଓ ୧୩ତାରିଖ ଦୁଇଦିନ ଧରି ଆସାମର ଗୈାହାଟୀ ଠାରେ ଯୈ÷ାନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା (ପୋକସୋ)ଆଇନ – ୨୦୧୨ ସମ୍ପର୍କରେ ଅନୁଷ୍ଠିତ ଜାତୀୟ ଆଇନ ସଚେତନତା କର୍ମଶାଳାରେ ଯୋଗଦେବା ପାଇଁ କେନ୍ଦ୍ରାପଡା ଜୁଭେନାଇଲ ଜଷ୍ଟିଷ ବୋର୍ଡର ସଦସ୍ୟ ରବିନ୍ଦ୍ର ପ୍ରସାଦ ଜେନା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ମନୋନ୍ୱିତ ହୋଇଛନ୍ତି । ସାରାଦେଶର ବିଭିନ୍ନ ରାଜ୍ୟରୁ ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ କିଶୋର ନ୍ୟାୟ ପରିଷଦର ସଦସ୍ୟ ଏବଂ ଶିଶୁ ମଙ୍ଗଳ କମିଟିିର ଅଧ୍ୟକ୍ଷ ଓ ସଭ୍ୟମାନେ ଏହି ସଚେତନତା କର୍ମଶାଳାରେ ଯୋଗଦେବାକୁ ମନୋନ୍ୱିତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରୁ ଜେଜେବିର ସଦସ୍ୟ ଶ୍ରୀ ଜେନା ମନୋନ୍ୱିତ ହୋଇଥିବା ଜଣାପଡିଛି । ଗୈାହାଟିର ନିପ୍ସିସିଡି ଠାରେ ଭାରତର ପୂର୍ବାଚଂଳୀୟ କର୍ମଶାଳା ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଯୈ÷ାନ ଶୋଷଣରୁ ଶିଶୁମାନଙ୍କୁ ସୁରକ୍ଷା ସମ୍ପର୍କୀତ ନିୟମ ଓ ଆଇନ – ୨୦୧୨ ଓ ପରବର୍ତ୍ତୀ ନୂତନ ଆଇନ ସମ୍ପର୍କରେ ବ୍ୟାପକ ତାଲିମ ପ୍ରଦାନ କରାଯିବ ।