ଜାତୀୟ କ୍ରୀଡ଼ାରେ ଅଶୋକ ସାହୁ ଓଡ଼ିଶା ଦଳର ମୁଖ୍ୟ

ବ୍ରହ୍ମପୁର, (ଅନିଲ କୁମାର):ଆସନ୍ତା ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଗୋଆ ଠାରେ ୩୭ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଏଥିରେ ଭାଗ ନେବାକୁ ଥିବା ଓଡ଼ିଶା ଦଳର ମୁଖ୍ୟ (ଚିଫ୍‌ ଡେମିସନ୍‌) ଭାବେ ଅଶୋକ ସାହୁଙ୍କୁ ମନୋନିତ କରିଛି ଓଡ଼ିଶା ଅଲିମ୍ପିକ୍‌ ସଂଘ। ରାଜ୍ୟ ବାସ୍କେଟ୍‌ବଲ୍‌ ସଂଘ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଅଶୋକ ସାହୁଙ୍କୁ ଏହି ଗୁରୁ ଦାୟିତ୍ବ ମିଳିଛି। ଏହି ପ୍ରତିଯୋଗିତାର ୩୦ଟି ଇଭେଣ୍ଟ୍‌ରେ ଓଡ଼ିଶାର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ଏଥିସହ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦର ଶିଶିର କୁମାର ପାଣିଗ୍ରାହୀ ଜାତୀୟ ଜଜ୍‌ ରୂପେ ଦାୟିତ୍ଵ ନିର୍ବାହ କରିବେ। ଶ୍ରୀ ସାହୁ ଆସନ୍ତା ୨୩ ତାରିଖରେ ଗୋଆ ଅଭିମୁଖେ ଯାତ୍ରା କରିବେ। ସେ ପୂର୍ବରୁ ମଧ୍ୟ ଅନେକ ଅର୍ନ୍ତଜାତୀୟ ଓ ଜାତୀୟସ୍ତରର ପ୍ରତିଯୋଗିତାରେ ଅଫିସିଆଲ୍‌ ଭାବେ ଅନେକ ଗୁରୁ ଦାୟିତ୍ଵ ତୁଲାଇ ସାରିଛନ୍ତି। ଏବେ ନୂଆ ଦାୟିତ୍ଵ ସକାଶେ ଶ୍ରୀ ସାହୁଙ୍କୁ ଜିଲ୍ଲା କ୍ରୀଡ଼ା ସଂସଦ କର୍ମକର୍ତ୍ତା ଶରତ ମହାପାତ୍ର, ବସନ୍ତ ପାଣିଗ୍ରାହୀ, ଉପେନ୍ଦ୍ର ପଟ୍ଟନାୟକ, ବିଜୟ ଭାସ୍କର ସିଂସାମନ୍ତ ଓ ଅନ୍ୟମାନେ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ଖେଳାଳିଙ୍କ ସଫଳତା କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ