ଜାତୀୟ କ୍ରୀଡ଼ା ଦିବସରେ ଭାରତକୁ ପାରାଅଲିମ୍ପିଆନ୍ ଆଣିଦେଲେ ତିନି ପଦକ

ଟୋକିଓ : ଟୋକିଓ ପାରାଅଲିମ୍ପିକ୍ସରେ ରବିବାର ଭାରତୀୟ ପ୍ରତିଯୋଗୀମାନେ ୩ଟି ପଦକ ପାଇ ଭାରତ ଗୌରବାନ୍ୱିତ ହୋଇଛି । ଟେବୁଲ ଟେନିସ୍‌ରେ ଭାବିନା ପଟେଲ ଦେଶକୁ ପ୍ରଥମ ପଦକ ଜିତାଇଥିବା ବେଳେ ଭାରତର ନିଶାଦ୍ କୁମାର ପୁରୁଷ ଉଚ୍ଚ ଡିଆଁ (ହାଇଜମ୍ପ୍‌)ରେ ରୌପ୍ୟ ପଦକ ଓ ବିନୋଦ କୁମାର ପୁରୁଷ ଡିସ୍‌କସ ଥ୍ରୋ’ରେ କାଂସ୍ୟ ପଦକ ଜିତିଛନ୍ତି । ଫଳରେ ଗୋଟିଏ ଦିନରେ ଭାରତ ୩ଟି ପଦକ ଜିତିପାରିଛି । ପ୍ରଥମ ଭାରତୀୟ ମହିଳା ପାରା ଟେବୁଲ ଟେନିସ ଖେଳାଳି ଭାବେ ଭାବିନା ପଟେଲ ରୌପ୍ୟ ପଦକ ହାସଲ କରିଛନ୍ତି। ଚଳିତ କ୍ରୀଡ଼ାରେ ଏହା ଭାରତର ପ୍ରଥମ ପଦକ। ରବିବାର କ୍ଳାସ-୪ ମହିଳା ସିଙ୍ଗଲ୍‌ସ ଫାଇନାଲରେ ଭାବିନା ଚୀନ୍‌ର ଝୌ ଝେଙ୍ଗ୍‌ଙ୍କଠାରୁ ପରାଜିତ ହୋଇ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ବିଶ୍ବର ୧ ନମ୍ବର ଖେଳାଳି ଝେଙ୍ଗ୍‌ ୩-୦ ଗେମ୍‌ (୧୧-୭, ୧୧-୫ ଓ ୧୧-୬)ରେ ଭାବିନାଙ୍କୁ ପରାସ୍ତ କରିଛନ୍ତି। ପାରାଅଲିମ୍ପିକ୍ସ​‌େ​‌ର ଭାବିନା ପ୍ରଥମ ପଦାର୍ପଣରେ ‌େ​‌ରୗପ୍ୟ ପଦକ ଜିତିଥିବା ବେଳେ ଝେଙ୍ଗ ୬ଷ୍ଠ ଥର ପାଇଁ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେମିଫାଇନାଲରେ ୩୪ ବର୍ଷ ବୟସ୍କା ଭାବିନା ପୂର୍ବତନ ଚମ୍ପିଆନ ତଥା ବିଶ୍ବର ୩ ନମ୍ବର ଚୀନର ଝାଙ୍ଗ ମିଆଓଙ୍କୁ ୩-୨ ଗେମ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ପୁରୁଷ ଉଚ୍ଚ ଡିଆଁ ଟି୪୭ ବର୍ଗରେ ଭାରତର ନିଶାଦ୍ କୁମାର ଫାଇନାଲରେ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଛନ୍ତି। ଏହି ପଦକ ଜିତିବା ସହ ନିଶାଦ୍ କୁମାର ନୂତନ ଏସୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ନିଶାଦ୍‌ ୨.୦୬ ମିଟର ଉଚ୍ଚକୁ ଡେଇଁ ରବିବାର ଏହି କ୍ରୀଡ଼ାର ୫ମ ଦିନରେ ଭାରତକୁ ୨ୟ ପଦକ ଜିତାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ